ETV Bharat / sitara

ରାବଣଙ୍କ ପାଇଁ ମାତା ସୀତାଙ୍କୁ ମିଳିଥିଲା ବିଜେପି ଟିକେଟ

author img

By

Published : Apr 18, 2020, 1:52 PM IST

‘ରାମାୟଣ’ର ସୀତା ଦୀପିକା ବିଜେପି ସଦସ୍ୟ ମଧ୍ୟ। ଏବେ ତାଙ୍କ ବିଷୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଅଧିକା ପଢନ୍ତୁ...

deepika chikhalia
ଡିଜାଇନ ଫଟୋ

ମୁମ୍ବାଇ: ଲକଡାଉନରେ ଦର୍ଶକଙ୍କ ମନୋରଞ୍ଜନ କରୁଛି ଦୂରଦର୍ଶନ। 80-90 ଦଶକର ଫେମସ ଧାରାବାହିକକୁ ପୁନଃ ପ୍ରସାରଣ କରାଯାଇଛି। ଏହି କ୍ରମରେ ସାମିଲ ଅଛି ଲୋକପ୍ରିୟ ପୌରାଣିକ ଧଆରାବାହିକ ‘ରାମାୟଣ’। ଏହାକ ପ୍ରସାରଣ ଦ୍ବାରା ଡିଡି ଟିଆରପି ମାମଲାରେ ନୂଆ ଇତିହାସ ସୃଷ୍ଟି କରିଛି। ଆଉ ଆଜି ଶେଷ ହେବାକୁ ଯାଉଛି ‘ରାମାୟଣ’। ହେଲେ ଶୋ ପ୍ରାସରଣ ହେବା ପରଠୁ ଏହା ସହ ସମ୍ପୃକ୍ତ ଥିବା ଅନେକ ମଜାଦାର କାହାଣୀ ମଧ୍ୟ ଦର୍ଶକଙ୍କୁ ଶୁଣିବାକୁ ମିଳୁଛି।

ଧାରାବାହିକରେ ସୀତାଙ୍କ ପାଇଁ ରାବଣର ବଧ କରାଯାଇଥିଲା । ହେଲେ ରିୟଲ ଲାଇଫରେ ରାବଣଙ୍କ ଜରିଆରେ ଖାସ୍ ଜିନିଷ ହାସିଲ କରିଥିଲେ ମାତା ସୀତା। ତେବେ ଆସନ୍ତୁ ଜାଣିବା ଏହି ଖାସ୍ କଥା...

‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିକଲିୟା ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଏହି ଧାରାବାହିକ ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। 1991ରେ ସେ ବିଜେପି ଟିକେଟ ଦ୍ବାରା ୱଡୋଦାର ସିଟରୁ ନିର୍ବାଚନ ଲଢି ବିଜୟ ହାସିଲ କରିଥିଲେ।

ହେଲେ ଏହି ଟିକେଟ ତାଙ୍କୁ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ଦ୍ବାରା ମିଳିଥିଲା। ଏକ ଫିଲ୍ମ ସୁଟିଂ ସମୟରେ ଦୁଇଜଣଙ୍କ ସାକ୍ଷାତ ହୋଇଥିଲା। ଆଉ ସେହି ସମୟରେ ସେ ତାଙ୍କୁ କହିଥିଲେ ଯେ ଲାଲକୃଷ୍ଣ ଆଡଭାନୀ ତାଙ୍କୁ ଖୋଜୁଛନ୍ତି । ତାଙ୍କୁ ଆପଣଙ୍କ ଫୋନ ନମ୍ବର ଦରକାର ଅଛି।

ଅରବିନ୍ଦଙ୍କ ଏହି କଥା ପରେ ସେ ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରିଥିଲେ। ଆଉ ସେ ଚାହୁଁଥିଲେ ତାଙ୍କୁ ବିଜେପିର ସଦସ୍ୟ କରିବାକୁ। ଯାହାପରେ ତାଙ୍କୁ ବିଜେପିର ଟିକେଟ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.