ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମଙ୍ଗଳବାର ରକୁଲ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ରକୁଲ ପୋଷ୍ଟ କରି ଲେଖିଛନ୍ତି, 'ମୁ୍ଁ କୋଭିଡ -19 ସଂକ୍ରମିତ ହୋଇଛି । ମୁଁ ଏବେ ହୋମ ଆଇସୋଲେସନରେ ଅଛି ଏବଂ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିବା ଲୋକ ନିଜର କୋରୋନା ଟେଷ୍ଟ କରିବାକୁ ମୁଁ ଅନୁରୋଧ କରୁଛି । ବର୍ତ୍ତମାନ ମୁଁ ବିଶ୍ରାମ ନେଉଛି, ଏଥିସହିତ ମୁଁ ଶୀଘ୍ର ସୁସ୍ଥ ହୋଇ ସୁଟିଂକୁ ଫେରିବି ।
ରକୁଲ ଏହି ପୋଷ୍ଟ କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ ।
ପ୍ରକାଶ ଥାଉ ଯେ, କୋରୋନା ସଂକ୍ରମିତ ହେବା ପୂର୍ବରୁ ରକୁଲ ମେଡେର ସୁଟିଂ କରିଥିଲେ । ଅଜୟ ଦେବଗନ୍, ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରକୁଲଙ୍କୁ ଜଣେ ପାଇଲଟଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ 29 ଏପ୍ରିଲ 2022ରେ ମୁକ୍ତିଲାଭ କରିବ ।