ମୁମ୍ବାଇ: ବଲିଉଡରେ ପ୍ରାୟତଃ କାଷ୍ଟିଂ କାଉଚର ଆଶ୍ଚର୍ଯ୍ୟକର ଖୁଲାସା ଶୁଣିବାକୁ ମିଳିଥାଏ । ଏହି ମାମଲାରେ ଏବେ ସାମ୍ନାକୁ ଆସିଛନ୍ତି ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ବୟାନ । ସେ ନିଜ ସହ ହୋଇଥିବା କାଷ୍ଟିଂ କାଉଚ ବିଷୟରେ ବଡ ଖୁଲାସା କରିଛନ୍ତି । ତାଙ୍କ କ୍ୟାରିୟର ଆରମ୍ଭ ସମୟରେ କିପରି ତାଙ୍କୁ ନିର୍ଦ୍ଦେଶକ ପାଖକୁ ଡାକି କବାଟ ବନ୍ଦ କରିନେଉଥିଲେ ତାହା ନେଇ ନିଜ ବୟାନ ରଖିଛନ୍ତି ରାକ୍ଷୀ ।
ରାକ୍ଷୀ ନିକଟରେ ନିଜର 41ତମ ଜନ୍ମଦିନ ପାଳନ କରିଥିଲେ । ଆଉ ଦେଇଥିବା ଏକ ସାକ୍ଷାତକାରରେ ସେ ଇଣ୍ଡଷ୍ଟ୍ରି ବିଷୟରେ ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେ କହିଥିଲେ କି ତାଙ୍କୁ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଖରାପ ଉଦ୍ଦେଶ୍ୟରେ ସବୁବେଳେ ଫୋନ କରୁଥିଲେ । ସେ ଇଣ୍ଡଷ୍ଟ୍ରିରେ ସବୁକିଛି ନିଜ ପରିଶ୍ରମରେ ହାସିଲ କରିଛନ୍ତି । କୌଣସି ନିର୍ଦ୍ଦେଶକ, ପ୍ରଯୋଜକଙ୍କ ସାଲିସରେ ନୁହେଁ ।
ତାଙ୍କ ନାମ ପୂର୍ବେ ନୀରୁ ଭେଡ଼ା ଥିଲା । ସେ ବଲିଉଡରେ ହିଟ୍ ହେବା ପରେ ନିଜ ନାମ ପରିବର୍ତ୍ତନ କରି ରାକ୍ଷୀ ସାୱନ୍ତ ରଖିଥିଲେ । ଆଉ ସେ ଯେବେ ଯେବେ ଅଡିଶନ ପାଇଁ ଯାଉଥିଲେ ନିର୍ଦ୍ଦେଶକ, ପ୍ରଯୋଜକ ତାଙ୍କ ପ୍ରତିଭା ଦେଖିବା ପାଇଁ ଏକୁଟିଆ ସାକ୍ଷାତ କରିବାକୁ କହୁଥିଲେ । ସେହି ସମୟରେ ସେ ଜାଣିନଥିଲେ କି ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ ଭଳି କିଛି ଜିନିଷ ହେଉଛି ବୋଲି କହିଥିଲେ ରାକ୍ଷୀ ।