ETV Bharat / sitara

ସୁଶାନ୍ତ ମାମଲାରେ କରଣୀ ସେନାର ପ୍ରଦର୍ଶନ, 4 ଗିରଫ - ସୁଶାନ୍ତଙ୍କ ମାମଲା: ସିବିଆଇ ଯାଞ୍ଚରେ କରଣୀ ସେନାଙ୍କ ପ୍ରଦର୍ଶନ, 4 ଗିରଫ

ଇଣ୍ଡିଆ ଗେଟ ପାଖରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କଲେ କରଣୀ ସେନା । ହାତରେ ସିବିଆଇ ଯାଞ୍ଚ ଓ ବଲିଉଜ ମୁର୍ଦାବାଦର ପ୍ଲାକାର୍ଡ ଧରି ପ୍ରଦର୍ଶନ କଲେ ସମସ୍ତେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 17, 2020, 7:33 PM IST

ନୂଆଦିଲ୍ଲୀ: ଦେଶରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବାକୁ ତେଜୁଛି ସ୍ବର । ସେହିପରି ସ୍ବାଧୀନତା ଦିବସରେ ସୁଶାନ୍ତଙ୍କ ଭଉଣୀ ଅନଲାଇନ ସୁଶାନ୍ତଙ୍କ ପ୍ରାର୍ଥନା ସଭା ଆୟୋଜନ କରିଥିଲେ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବାର ନଜର ଆସିଥିଲେ । ଆଉ ସୋସିଆଲ ମିଡିଆରେ ଜଷ୍ଟିସ ଫର ସୁଶାନ୍ତ ନାରା ଲଗାଇଥିଲେ । ଅନ୍ୟପଟେ ଦିଲ୍ଲୀରେ ସୁଶାନ୍ତଙ୍କ ପାଇଁ ସିବିଆଇ ଯାଞ୍ଚ ଦାବି କରି ରାଜପୁତ କରଣୀ ସେନା ପ୍ରଦର୍ଶନ କରିଥିଲେ।

ହେଲେ ଅନୁମତି ବିନା ଏହି ପ୍ରଦର୍ଶନ କରିଥିବାରୁ ଦିଲ୍ଲୀ ପୋଲିସ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରଜ ପାଲ ଅମ୍ମୁ ସମେତ ଆଉ 4 ଜଣ ଲୋକଙ୍କୁ ଗିରଫ କରିଛି । ଶୁଣିବାକୁ ମିଳୁଛି ଯେ ଏହି ପ୍ରୋଟେଷ୍ଟ ପାଇଁ କରଣୀ ସେନାଙ୍କ ନିମନ୍ତ୍ରଣ ହ୍ବାଟ୍ସଅପ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ସର୍କୁଲେଟ ହୋଇଥିଲା ।

ଇଣ୍ଡିଆ ଗେଟ ଠାରେ ଅପରାହ୍ନ 4ଟାରେ କ୍ୟାଣ୍ଡେଲ ମାର୍ଚ ଆହ୍ନାନରେ ହଜାର ହଜାର ଲୋକ ପଟିଆଲା ହାଉସ କୋର୍ଟ ପାଖରେ ପହଞ୍ଚିଥିଲେ । ହାତରେ ସିବିଆଇ ଯାଞ୍ଚ ଏବଂ ବଲିଉଡ ମୁର୍ଦାବାଦରେ ଲେଖାଯାଇଥିବା ପ୍ଲାକାର୍ଡ ଧରି ଏହି ଲୋକ ପଦଯାତ୍ରା କରିଥିଲେ । ପରେ ପୋଲିସ ତାଙ୍କୁ ରୋକିଥିଲା ।

ପ୍ରକାଶ ଥାଉକି ଗିରଫ ହେବା ପୂର୍ବରୁ କରଣୀ ସେନା ଅଧ୍ୟକ୍ଷ ସୁରଜ କହିଥିଲେ ଯେ ପୋଲିସ ଆମକୁ ଜେଲ ପଠାଇ ଦେଉ, ହେଲେ ଯେପର୍ଯ୍ୟନ୍ତ ସୁଶାନ୍ତଙ୍କଙ୍କୁ ନ୍ୟାୟ ମିଳି ନାହିଁ ଏପରି ବିରୋଧ ପ୍ରଦର୍ଶନ ହେଉଥିବ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.