ETV Bharat / sitara

ଆଜି ଥଲାଇଭାଙ୍କୁ 'ଦାଦା ସାହେବ ଫାଲକେ’ ସମ୍ମାନ

author img

By

Published : Oct 25, 2021, 12:01 PM IST

ଭାରତୀୟ ସିନେମାରେ ରଜନୀକାନ୍ତଙ୍କର ଅତୁଳନୀୟ ଅବଦାନ ପାଇଁ ଆଜି(ସୋମବାର) ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯିବ । ଏନେଇ ଫିଲ୍ମ ଫେଷ୍ଟିଭାଲ ଟ୍ବିଟ କରି ସୂଚନା ଦେଇଛି । ଅଧିକ ପଢନ୍ତୁ...

ସାଉଥ ସୁପରଷ୍ଟାର ରଜନୀକାନ୍ତ
ସାଉଥ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଥଲାଇଭା ତଥା ରଜନୀକାନ୍ତଙ୍କୁ ମିଳିବ ସମ୍ମାନଜନକ 51ତମ ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ସିନେମାକୁ ଅତୁଳନୀୟ ଅବଦାନ ପାଇଁ ଆଜି(ସୋମବାର) ତାଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯିବ । ଏନେଇ ଜାତୀୟ ଫିଲ୍ମ ଫେଷ୍ଟିଭାଲ ଟ୍ବିଟ କରି ସୂଚନା ଦେଇଛି ।

ପୂର୍ବରୁ ଏପ୍ରିଲ ୨ ତାରିଖରେ ଏନେଇ ଘୋଷଣା ହେବା ପରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଥିଲେ ଥଲାଇଭା । ଆଜି ଏନେଇ ରଜନୀକାନ୍ତ ଟ୍ବିଟ କରି ‘ଏହି ପୁରସ୍କାର ପାଇବି ବୋଲି କେବେ ଭାବି ନଥିଲି । କେବଳ ଫ୍ୟାନ୍ସଙ୍କ ପାଇଁ ଏହା ସମ୍ଭବପର ଓ ମୁଁ ବହୁତ ଖୁସି ବୋଲି’ କହିଛନ୍ତି ରଜନୀକାନ୍ତ ।

ଆଜି ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିବେ ରଜନୀକାନ୍ତ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରଜନୀକାନ୍ତଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ । ଲୋକପ୍ରିୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ରଜନୀକାନ୍ତ ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ୪୫ବର୍ଷ ପୂରଣ କରିଥିବାବେଳେ ଫିଲ୍ମ ଆପୋରଭା ରାଗଙ୍ଗାଲଙ୍କରୁ ଡେବ୍ୟୁ କରିଥିଲେ । ସେ ଥଲାଇଭା ଭାବରେ ଜଣାଶୁଣା।

ଭାରତୀୟ ସିନେମା ଜଗତରେ ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ସର୍ବୋଚ୍ଚ ପୁରସ୍କାର। ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର ସହିତ ପ୍ରଦାନ କରାଯାଇଥାଏ। ପ୍ରଥମ ଥର ପାଇଁ ଅଭିନେତ୍ରୀ ଦେବୀକା ରାଣୀଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.