ମୁମ୍ବାଇ: ରାଜକୁମାର ରାଓ ଏବଂ ମୌନୀ ରାୟଙ୍କ ଅଭିନୀତ ଫିଲ୍ମ ‘ମେଡ ଇନ ଚାଇନା’ର ମେକର୍ସ ପରିଶେଷରେ ଜାରି କରିଦେଇଛନ୍ତି ଫିଲ୍ମରେ ଫାଷ୍ଟ ମୋଶନ ପୋଷ୍ଟର । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ଗୁଜରାଟି ଫିଲ୍ମ ମେକର ମିଖିଲ ମୁସାଲ । ସେହିପରି ଫିଲ୍ମର ସୁଟିଂ ଚାଇନା, ମୁମ୍ବାଇ ଏବଂ ଅହମ୍ମଦାବାଦରେ ହେଇଛି । ମିଖିଲଙ୍କ ଦ୍ବାରା 2016ରେ ନିର୍ଦ୍ଦେଶିତ ହୋଇଥିବା ଡ୍ରାମା ଥ୍ରିଲର ‘ରଙ୍ଗ ସାଇଡ ରାଜୁ’ ନ୍ୟାସନାଲ ଆୱାର୍ଡ ପାଇସାରିଛି।
ଯଦି କଥା ହେବା ‘ମେଡ ଇନ ଚାଇନା’ ମୋଶନ ପୋଷ୍ଟର ବିଷୟରେ ତେବେ ରାଜକୁମାର ଜଣେ ଚାକିରୀ କରୁଥିବା ମଧ୍ୟବିତ୍ତ ମଣିଷ ପରି ବ୍ରାଉନ ସୁଟ ପିନ୍ଧି ହାତରେ ଝୁଲା ଧରିଥିବାର ଦେଖା ଯାଉଛନ୍ତି । ପରେ ସେ ନିଜ ଯାତ୍ରା ପୂରଣ କରି କିପରି ଚାଇନାରେ ପହଞ୍ଚୁଛନ୍ତି ତାହାର ଅଳ୍ପ ଝଲକ ପୋଷ୍ଟରରେ ଦେଖିବାକୁ ମିଳିଛି । ଏହାସହ ଫିଲ୍ମ ଟ୍ରେଲର ଏହି ସପ୍ତାହରେ ରିଲିଜ କରାଯିବ ବୋଲି ପୋଷ୍ଟରେ ସୂଚନା ଦିଆଯାଇଛି ।
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ‘ମେଡ ଇନ ଚାଇନା’ ଏବର୍ଷ ସ୍ବାଧୀନତା ଦିବସରେ ରିଲିଜ କରିବାକୁ ଚାହଁଥିଲେ ମେକର୍ସ । କିନ୍ତୁ ଫିଲ୍ମର ପୁରା ସୁଟିଂ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିନଥିଲା । ତେଣୁ ଏହାର ରିଲିଜ ତାରିଖ ପରିବର୍ତ୍ତନ କରି ଏବେ ଦୀପାବଳିରେ ରିଲିଜ କରିବାକୁ ମନସ୍ଥ କରିଛନ୍ତି ମେକର୍ସ । ଅନ୍ୟପଟେ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପେଡେନକରଙ୍କ ଅଭିନୀତ ଫିଲ୍ମ ‘ଷାଣ୍ଡ କି ଆଂଖ’ ମଧ୍ୟ ଦୀପାବଳିରେ ରିଲିଜ ହେବାକୁ ଯାଉଛି।