ETV Bharat / sitara

ବାଲାସୁବ୍ରମଣ୍ୟମଙ୍କ ଆରୋଗ୍ୟ କାମନା କଲେ ରଜନୀକାନ୍ତ

author img

By

Published : Aug 17, 2020, 4:26 PM IST

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଚର୍ଚ୍ଚାରେ ରଜନୀ । ଏଥର ସେ ଲୋକପ୍ରିୟ ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟକୁ ନେଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିବାର ଆସିଲେ ନଜର ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଚେନ୍ନାଇ: ଭାରତର ଲେଜେଣ୍ଡ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମଙ୍କ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । କୋରୋନା ପଜିଟିଭ ଆସିବା ପରେ ସେ ଅଗଷ୍ଟ 5ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି । ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏବେ ତାଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି ଫ୍ୟାନ୍ସଙ୍କ ସହ ଅନେକ ସେଲିବ୍ରିଟି । ଇତିମଧ୍ୟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ସୁସ୍ଥ କାମନା କରି ଏକ ଭିଡିଓ ସେୟାର କରିଛନ୍ତି ।

ସେ ଟ୍ବିଟରରେ ନିଜର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଶୀଘ୍ର ସୁସ୍ଥ ହେଉଯାଅ ବାଲୁ ସାର୍।’ ସେହିପରି ସେ ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି , ‘ଗତ 50 ବର୍ଷରୁ ଏସପି ବଲାସୁବ୍ରମଣ୍ୟମ ଲକ୍ଷ ଲକ୍ଷ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ନିଜ ଶାନଦାର ଗୀତ ଜରିଆରେ । ଏବେ ସୁସ୍ଥ ହେବା ପାଇଁ ତାଙ୍କ ଚିକିତ୍ସା ଚାଲିଛି । ଏହା ଶୁଣି ଖୁସି ଲାଗୁଛି ଯେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ସେ ଜଲଦି ସୁସ୍ଥ ହେବା ପାଇଁ ।’

ପ୍ରକାଶ ଥାଉକି ରଜନୀଙ୍କ ପୂର୍ବରୁ ସଙ୍ଗୀତକାର ଏ.ଆର ରେହମାନ, ଶେଖର କପୁର, ବୋନି କପୁର ଓ ଧନୁଷ ଭଳି ସେଲିବ୍ରିଟି ତାଙ୍କ ସୁସ୍ଥ କାମନା ସୋସିଆଲ ମିଡିଆରେ କରିଥିଲେ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.