ମୁମ୍ବାଇ: ଏମିତି ଜଣେ ଅଭିନେତା, ଯାହାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରଥମ ସୁପରଷ୍ଟାର କୁହାଯାଉଛି । ସେ ଏମିତି ଷ୍ଟାରଡମ ଦେଖିଛନ୍ତି, ଯାହା ହୁଏତଃ କୌଣସି ଅଭିନେତା କେବେ ଦେଖିନଥିବେ । ତାଙ୍କର ଫିମେଲ ଫ୍ୟାନ୍ସ ତାଙ୍କୁ ରକ୍ତରେ ଚିଠି ଲେଖି ନିଜ ପ୍ରେମ ଜାହିର କରୁଥିଲେ । ତାଙ୍କର ଗୋଟିଏ ଫିଲ୍ମ ଦେଖିବା ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ଧାଡି ଲାଗୁଥିଲା । ଏବେ ତ ଆପଣ ବୁଝିସାରିବେଣି ଏଠାରେ କାହାର କଥା ଚାଲିଛି । ଆଜ୍ଞା ହଁ, ଆମେ ଏଠାରେ ରାଜେଶ ଖାନ୍ନାଙ୍କ ବିଷୟରେ କଥା ହେଉଛୁ ।
ଆଜି ଇଣ୍ଡଷ୍ଟ୍ରିର ଏହି ମେଗା ଷ୍ଟାରଙ୍କ ଶ୍ରାଦ୍ଧବାର୍ଷିକୀ । ହୁଏତଃ ସେ ଦୁନିଆକୁ 2010 ଜୁଲାଇ 18ରେ ଅଲବିଦା କହିଥିଲେ କିନ୍ତୁ ଆଜି ମଧ୍ୟ ତାଙ୍କ ଷ୍ଟାରଡମ ସେମିତି ହିଁ ଅଛି । ତାଙ୍କ ଦମଦାର ଅଭିନୟର କ୍ରେଜକୁ ଆଜି ମଧ୍ୟ ଦେଖିବାକୁ ମିଳୁଛି ।
1969ରୁ 1975 ମଧ୍ୟରେ ରାଜେଶ ଅନେକ ସୁପରହିଟ୍ ଫିଲ୍ମ ବଲିଉଡକୁ ଦେଇଥିଲେ । ସେହି ସମୟରେ ଜନ୍ମ ନେଉଥିବା ଅନେକ ପୁଅଙ୍କ ନାମ ପିତା-ମାତା ରାଜେଶ ରଖୁଥିଲେ । ଫିଲ୍ମରେ ଆସିବା ପୂର୍ବରୁ ରାଜେଶଙ୍କ ନାମ ଜତିନ ଖାନ୍ନା ଥିଲା ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜେଶଙ୍କୁ ସ୍ନେହରେ କାକା କୁହାଯାଉଥିଲା । ଖାଲି ଏତିକି ନୁହେଁ ତାଙ୍କୁ ନେଇ ଏକ ଛନ୍ଦ ମଧ୍ୟ କୁହାଯାଉଥିଲା 'ଉପର ଆକା ଔର ନିଚୋ କାକା' ।
ରାଜେଶଙ୍କ ଧଳା ରଙ୍ଗ କାର ଯେଉଁଠାରେ ରହୁଥିଲା, ଝିଅ ଫ୍ୟାନ୍ସ ତାଙ୍କ କାରକୁ ମଧ୍ୟ ଚୁମୁ ଥିଲେ । ଲିପଷ୍ଟିକ ଦାଗରେ ଧଳା ରଙ୍ଗର କାର ଗୋଲାପି ହୋଇଯାଉଥିଲା । ସେହି ସମୟର ମାଗାଜିନରେ ଲେଖା ଯାଉଥିଲା ଖବର ଅନୁଯାୟୀ ରାଜେଶଙ୍କ କାରର ଧୂଳିକୁ ଝିଅମାନେ ନିଜ ମୁଣ୍ଡରେ ସୂନ୍ଦୁର ରୂପେ ଲଗାଉଥିଲେ । ତାଙ୍କ ପାଖକୁ ରକ୍ତ ଲେଖା ଚିଠି ଆସୁଥିଲା ଏବଂ ତାଙ୍କ ଫଟୋ ସହ ଝିଅମାନେ ବିବାହ ମଧ୍ୟ କରିନେଇଥିଲେ ।
ସଂଘର୍ଷ ସମୟରେ ମଧ୍ୟ ରାଜେଶ ଏତେ ମହଙ୍ଗା କାର ନେଇ ନିର୍ମାତାଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ କି । ସେହି ସମୟରେ ହିରୋଙ୍କ ପାଖରେ ମଧ୍ୟ ଏପରି କାର ନଥିଲା ।