ନୂଆଦିଲ୍ଲୀ: ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନଙ୍କଫିଲ୍ମ 'କଲଙ୍କ'କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମଟିକୁ ବଡ ପରଦାରେ ଦେଖିବାକୁ ଆଉ ଅପେକ୍ଷା କରିପାରୁ ନାହାଁନ୍ତି ଦର୍ଶକ । ଫିଲ୍ମର ଟିଜର ଆଉ ଗୀତ ଦର୍ଶକଙ୍କୁ ପୂର୍ବରୁ ଦିୱାନା କରିସାରିଲାଣି । ଏବେ ରାଜସ୍ଥାନ ପୋଲିସ ମଧ୍ୟ ଏହାର ମିମି ପୋଷ୍ଟରର ବ୍ୟବହାର କରି ଲୋକଙ୍କୁ ଡ୍ରଗ୍ସରୁ ଦୂରେଇ ରହିବାକୁ ପରାମର୍ଶଦେଇଛନ୍ତି ।
ନିଜ ଫିଲ୍ମ ପୋଷ୍ଟରର ବ୍ୟବହାର ଦେଖି ବରୁଣ ମଧ୍ୟ ରାଜସ୍ଥାନ ପୋଲିସକୁଖୁବ୍ ପ୍ରଶଂସା କରିଛନ୍ତି । ରାଜସ୍ଥାନ ପୋଲିସ ଆଲିୟାଙ୍କ ପୋଷ୍ଟରକୁ ପୋଷ୍ଟ କରି ଲେଖିଛନ୍ତି, "ଯଦି ଡ୍ରଗ୍ସ କିଣିବା ପାଇଁ ଚୋରିକରୁଛ ? ଡ୍ରଗ୍ସର ଅଭ୍ୟାସ କରି ନିଜ ଖୁସିକୁ ବର୍ବାଦ କରୁଛ । ଡ୍ରଗ୍ସ ନେବା ବନ୍ଦ ନକଲେଗୋଟିଏ ଦିନ ଆସିବ ଯେବେ ଡ୍ରଗ୍ସ ତୁମକୁ ଶେଷ କରିଦେବ ।"
ଆଲିୟାଙ୍କ ସେହି ପୋଷ୍ଟରେ ଲେଖା ହୋଇଛି "ହମସେ ଜ୍ୟାଦା ବର୍ବାଦ ଔର କୋଇ ନହୀଂ ଇସ୍ ଦୁନିଆ ମୈଁ", ଡ୍ରଗ୍ସ ଦୁନିଆରେ ଆଲିୟାଙ୍କ ଡାଇଲଗ ପୁରା ରୂପେ ଫିଟ୍ ହେଉଛି । ରାଜସ୍ଥାନ ପୋଲିସଙ୍କ ଏହି ଟ୍ବିଟରେରିଟ୍ବିଟ କରିଛନ୍ତି ବରୁଣ ।
ତେବେ ଏହି ଘଟଣାପ୍ରଥମନୁହେଁ । ଏହାପୂର୍ବରୁ ମୁମ୍ବାଇ ପୋଲିସ ହେଲମେଟ ପିନ୍ଧିବାର ଅପିଲ କରି ରଣଭୀର ସିଂହଙ୍କ 'ଗଲି ବୟ' ଫିଲ୍ମର ଡାଇଲଗ "ମରଜାଏ ଗା ତୁ"ର ବ୍ୟବହାର କରିଥିଲା।