ETV Bharat / sitara

ହଠାତ ଭାଇରାଲ ହେଲା କୁନ୍ଦ୍ରାଙ୍କ ୯ ବର୍ଷ ତଳର ପୁରୁଣା ଟ୍ବିଟ୍

ପର୍ଣ୍ଣୋଗ୍ରାଫି ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ହେବା ପରେ ରାଜକୁନ୍ଦ୍ରାଙ୍କ ୯ବର୍ଷର ପୁରୁଣା ଟ୍ବିଟ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 20, 2021, 9:27 PM IST

କୁନ୍ଦ୍ରାଙ୍କ କେଳେଙ୍କାରୀ, ୯ ବର୍ଷର ପୁରୁଣା ଟ୍ବିଟ ଭାଇରାଲ

ମୁମ୍ବାଇ: ଭାଇରାଲ ହେଉଛି ଫିଲ୍ମ ନିର୍ମାତା ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ୯ ବର୍ଷ ତଳର ପୁରୁଣା ଟ୍ବିଟ । ପର୍ଣ୍ଣୋଗ୍ରାଫି ବା ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏହି ଟ୍ବିଟ ଭାଇରାଲ ହେବାରେ ଲାଗିଛି । ସେ ଏହି ଟ୍ବିଟରେ ପର୍ଣ୍ଣୋଗ୍ରାଫି ଓ ଅର୍ଥ ପାଇଁ ଶାରୀରିକ ସମ୍ପର୍କ ରଖୁଥିବା ସମ୍ବନ୍ଧରେ ଲେଖିଥିଲେ ।

ସେ ଏହି ଟ୍ବିଟକୁ ୨୦୧୨ ମସିହା ୨୯ ତାରିଖରେ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏଥିରେ ସେ ପର୍ଣ୍ଣୋଗ୍ରାଫି ଓ ଅର୍ଥ ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ତୁଳନା କରିଥିଲେ । କ୍ୟାମେରା ସମ୍ମୁଖରେ ସମ୍ବେଦନଶୀଳ ବିଷୟରେ ଅଭିନୟ କରୁଥିବା କଳାକାରକୁ ଅର୍ଥ ଦେବା ଆଇନଗତ ବୋଲି ସେ ପ୍ରଶ୍ନ କରିଥିଲେ । ଏହାପରେ ସେ ସମାନ ମସିହା ମେ ୩ ତାରିଖରେ ମଧ୍ୟ ଆଉ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ରାଜନେତାମାନେ ମଧ୍ୟ ପର୍ଣ୍ଣ ବା ଅଶ୍ଳୀଳ ଫିଲ୍ମ ଦେଖନ୍ତି ବୋଲି ସେ କହିଥିଲେ ।

ଏହି ଟ୍ବିଟକୁ ଟ୍ବିଟର ୟୁଜର୍ସମାନେ ବିପୁଳ ଭାବରେ ସେୟାର କରିଥିଲେ । ସେପଟେ ସେ ଏଭଳି ସମ୍ବେଦନଶୀଳ ଫିଲ୍ମକୁ ତିଆରି କରିବା ପରେ ବିଭିନ୍ନ ଆପ୍ଲିକେସନରେ ସେୟାର କରୁଥିଲେ । ଏହି ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଅନେକ ପ୍ରମାଣ ରହିଛି ବୋଲି ମୁମ୍ବାଇ ପୋଲିସ କମିଶନର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.