ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଓ ବି-ଟାଉନର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଆଇକୋନିକ ଫିଲ୍ମ ‘ଆନନ୍ଦ’କୁ କିଏ ଅବା ନ ଦେଖିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ହର୍ଷିକେଶ ମୁଖାର୍ଜୀ । ଆଉ ଫିଲ୍ମରେ ରାଜେଶଙ୍କ ଅଭିନୟର ପ୍ରଶଂସା ସବୁ ମହଲରେ ଖୁବ୍ କରାଯାଥିଲା ।
ରାଜେଶ ଫିଲ୍ମରେ ଆନନ୍ଦରେ ଭୂମିକାରେ ଅଭିନୟ କରିଥିଲେ । ଯିଏ ଦର୍ଶକଙ୍କୁ ଜୀବନ ବିଷୟରେ ବଡ ଶିକ୍ଷା ଦେଇଥିଲେ । ତାଙ୍କ ଡାଇଲଗ ‘ବାବୁମୋଶାୟ ଜିନ୍ଦେଗୀ ଲମ୍ବୀ ନେହିଁ ବଡି ହୋନି ଚାହିଏ’ ଆଜି ମଧ୍ୟ କେହି ଭୁଲି ନାହାଁନ୍ତି । ହେଲେ କଣ ଆପଣଙ୍କୁ ଜଣା ଯେ ନିର୍ଦ୍ଦେଶକ, ସ୍କ୍ରିନରାଇଟର ହର୍ଷିକେଶ ଏହି ଭୂମିକାକୁ ବଲିଉଡର ଜଣେ ଲେଜେଣ୍ଡ ଅଭିନେତାଙ୍କୁଠୁ ଅନୁପ୍ରାଣିତ ହୋଇ ଲେଖିଥିଲେ ।
ଆଜ୍ଞା ହଁ, ହର୍ଷିକେଶ, ଆନନ୍ଦଙ୍କ ଚରିତ୍ର ତାଙ୍କ ବନ୍ଧୁ ତଥା ବଲିଉଡର କିମ୍ବଦନ୍ତୀ ରାଜ କପୁରଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ। । ରାଜ ତାଙ୍କୁ ବାବୁମୋଶାୟ ଡାକନ୍ତି । ଆଉ ସେ ଯେତେବେଳେ ଫିଲ୍ମର କାହାଣୀ ଲେଖୁଥିଲେ ସେହି ସମୟରେ ରାଜ ବହୁତ ଅସୁସ୍ଥ ଥିଲେ । ମୁଖାର୍ଜୀ ଅନୁଭବ କରିଥିଲେ ଯେ ସେ ଦୁନିଆ ଛାଡି ଚାଲିଯିବେ । ହେଲେ ଏମିତି କିଛି ଘଟି ନଥିଲା । କିନ୍ତୁ ପରେ ଫିଲ୍ମଟିକୁ ରାଜଙ୍କୁ ସମର୍ପିତ କରାଯାଇଥିଲା ।
ପ୍ରକାଶଥାଉ କି, ଫିଲ୍ମ ‘ଆନନ୍ଦ’କୁ ମଲୟାଲମ ଭାଷାରେ ମଧ୍ୟ ନିର୍ମାଣ କରାଯାଇଥିଲା । ଯାହାର ନାମ ‘chitrashalabham’ ରଖାଯାଇଥିଲା । ସେହି ପରି ଆନନ୍ଦ ଫିଲ୍ମ ପାଇଁ ହର୍ଷିକେଶଙ୍କୁ ବେଷ୍ଟ ଫିଲ୍ମ, ରାଜେଶଙ୍କୁ ସର୍ବଶ୍ରେଷ୍ଠ ଅଭିନେତା, ଅମିତାଭଙ୍କୁ ସହ-ଅଭିନେତା ଓ ଗୁଲଜାରଙ୍କୁ ବେଷ୍ଟ ଡାଇଲଗ ପାଇଁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା ।