ହାଇଦ୍ରାବାଦ : 'ବାହୁବଳୀ' ଅଭିନେତା ପ୍ରଭାସ ଏବଂ ପୂଜା ହେଗଡେଙ୍କ ଆଗାମୀ ଚଳଚ୍ଚିତ୍ର 'ରାଧେ ଶ୍ୟାମ' (Radhe Shyam) କୁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରଭାସ ଏବଂ ପୂଜାଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କୁ ଖୁବ ଭଲ ଲାଗିଛି ଏବଂ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଭଲ ହୋଇଛି । ନିକଟରେ ଏହି ଚଳଚ୍ଚିତ୍ରର 'ଜାନ ହୈ ମେରୀ' ଗୀତ ରିଲିଜ୍ ହୋଇଥିଲା ଯାହା ଦର୍ଶକଙ୍କ ମଧ୍ୟରେ ଏକ ହଇଚଇ ସୃଷ୍ଟି କରିଥିଲା ଏବଂ ମଙ୍ଗଳବାର ଦିନ ଆଉ ଏକ ନୂଆ ଗୀତ 'Main Ishq Mein Hoon' ରିଲିଜ୍ ହୋଇଛି ।
- " class="align-text-top noRightClick twitterSection" data="">
ଏହି ଗୀତ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି । ୟୁଟ୍ୟୁବ୍ ବିଷୟରେ କହିବାକୁ ଗଲେ, ଗୀତଟି ରିଲିଜ୍ ହେବାର ଅଧ ଘଣ୍ଟା ମଧ୍ୟରେ 1 ଲକ୍ଷ 97 ହଜାର ଭ୍ୟୁ ଏବଂ 45 ହଜାରରୁ ଅଧିକ ଲାଇକ୍ ପାଇଛି । ରାଧେ ଶ୍ୟାମର ଗୀତ 'Main Ishq Mein Hoon' ଚଳଚ୍ଚିତ୍ରର ବାକି ଗୀତଠାରୁ ଟିକିଏ ଭିନ୍ନ, କାରଣ ପ୍ରଥମ ଥର ପାଇଁ ଏହି ଗୀତ ମାଧ୍ୟମରେ ଦୁଇ କଳାକାରଙ୍କ ମଧ୍ୟରେ ଦୂରତା ଦେଖାଯାଇଛି ।
ଭିଡିଓରେ, ପ୍ରଭାସ ଏବଂ ପୂଜା ବହୁତ ସୁନ୍ଦର ଡ୍ୟାନ୍ସ କରୁଥିବା ଦେଖାଯାଉଛି, କିନ୍ତୁ ଏହି ସମୟରେ ସେମାନଙ୍କ ମୁହଁରୁ ଖୁସି ହଜିଯାଇଛି । ଯାହାକି ସେମାନଙ୍କ ପ୍ରେମରେ ଥିବା ଦ୍ୱନ୍ଦ୍ୱକୁ ସ୍ପଷ୍ଟ ଭାବରେ ବୟାନ କରୁଛି । ଫିଲ୍ମର ପୂର୍ବ ଟିଜରରୁ ଏହା ଜଣାପଡିଥିଲା ଯେ ପ୍ରଭାସଙ୍କ ଅଭିନୀତ ଆଦିତ୍ୟଙ୍କ ଚରିତ୍ରରେ ଅର୍ଥାତ ତାଙ୍କ ଭାଗ୍ୟରେ ବିବାହ ନାହିଁ ଏବଂ ବର୍ତ୍ତମାନ ଏହି ଗୀତରେ ପ୍ରଭାସ ଏବଂ ପୂଜାଙ୍କ ପ୍ରେମ କିଛି ବଡ ଦୁର୍ଘଟଣାର ରୂପ ନେଇଛି ବୋଲି କହିବାକୁ ଚେଷ୍ଟା କରାଯାଇଛି। ଅଭିନେତା ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏହି ଗୀତର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ରାଧେ ଶ୍ୟାମଙ୍କ ଆଉ ଏକ ହୃଦୟସ୍ପର୍ଶୀ ଗୀତକୁ ଅନୁଭବ କର।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ