ହାଇଦ୍ରାବାଦ: ରାଜକୁମାର ରାଓ ଓ ମୌନି ରୟଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିବ । ଆଗାମୀ ଫିଲ୍ମ ମେଡ ଇନ ‘ଚାଇନା’ରେ ଏକାଠି ନଜର ଆସିବେ । ତେବେ ଏହାର ପୋଷ୍ଟର ଆଗରୁ ରିଲିଜ ହୋଇଥିଲା ।

ମୌନି ନିଜ ଇନଷ୍ଟାଗ୍ରାମରେ ସୁଟିଂର ଶେଷ ଦିନର କିଛି ଫଟୋ ସେୟାର କରିଛନ୍ତି । କେକ କାଟିବା ସହ ଶେଷ ଦିନରେ ଖୁବ ମସ୍ତି କରିଥିଲେ ମୌନି । ତେବେ ଫିଲ୍ମରେ ଏକ ଗୁଜୁରାଟି ଗୀତ ଦେଖିବାକୁ ମିଳିବ ।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମିଖିଲ ମୁସେଲ । ଏହା ଏକ କମେଡି ଫିଲ୍ମ । ଏହାର ଅଧିକାଂଶ ସୁଟିଂ ଆହମ୍ମଦାବାଦ, ଚୀନ ଓ ମୁମ୍ବାଇରେ ହୋଇଛି ।