ହାଇଦ୍ରାବାଦ: ବଲିଉଡ ଦେଶୀଗାର୍ଲ ନିଜ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସୋସିଆଲ ମିଡିଆରେ ପୁଣି ଭାଇରାଲ ହୋଇଛି ପ୍ରିୟଙ୍କାଙ୍କ ଲୁକ । ମାତ୍ର ଏଥର ଟ୍ରୋଲ ହୋଇନାହାଁନ୍ତି ବରଂ ବେଶ ପ୍ରଶଂସିତ ହୋଇଛନ୍ତି । ପ୍ରିୟଙ୍କାଙ୍କ ଦେଢଶୁର ଆର୍ଥାତ ନିକଙ୍କ ବଡ ଭାଇ ଜୋଏ ଜୋନାସଙ୍କ ବିବାହ ପାଇଁ ପୁରା ଜୋନାସ ପରିବାର ପ୍ୟାରିସରେ ଉପସ୍ଥିତ ଅଛନ୍ତି ।
ବିବାହର ଆୟୋଜନ ଆରମ୍ଭ ହୋଇଯାଇଛି । ତେବେ ଏ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ପ୍ରିୟଙ୍କାଙ୍କୁ ପିଙ୍କ ଶାଢୀରେ ଦେଖିବାକୁ ମିଳିଥିଲା। ତେବେ ଏହି ଫଟୋ ବିବାହ ପୂର୍ବରୁ ଫଟୋଗ୍ରାଫର ସେରିମନିର । ମିନିମାଲ ମେକଅପ ସହ ଲାଇଟ ପିଙ୍କ ଶାଢୀରେ ଖୁବ ସୁନ୍ଦର ଲାଗୁଥିଲେ ପ୍ରିୟଙ୍କା ।
ଦେଶୀ ଗାର୍ଲଙ୍କ ଦେଶୀ ଅବତାର ଦେଖି ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଅନ୍ୟପକ୍ଷେ ନିକ ମଧ୍ୟ ଫର୍ମାଲରେ ନଜର ଆସିଥିଲେ । ନିକ-ପ୍ରିୟଙ୍କା ଫଟୋରେ ଖୁସି ଥିବାର ଦେଖାଯାଇଛି । ପ୍ରକାଶଥାଉକି, ଜୋଏ ଜୋନାସ ଓ ସୋଫୀ ଟର୍ନର ଚଳିତ ବର୍ଷ ମେ 1ରେ ଲସ ଭେଗାସରେ ପ୍ରାଇଭେଟ ବିବାହ କରିଥିଲେ । ଏଥିରେ ଅଳ୍ପ କିଛି ସମ୍ପର୍କୀୟ ଯୋଗ ଦେଇଥିଲେ । ତେବେ ଏହାପରେ ସେମାନେ ପୁଣି ଥରେ ପ୍ୟାରିସରେ ବିବାହ କରିବେ ।