ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ସବୁବେଳେ ଲାଇମ ଲାଇଟରେ ରହିଥାଆନ୍ତି । ଏବେ ଦେଶୀ ଗାର୍ଲ ନିଜର ଏକ ବୟାନ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ତାଙ୍କ ବୟାନ ଶୁଣି ଫ୍ୟାନ୍ସ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ତାଙ୍କର ଏପରି ଇଚ୍ଛା କେହି କେବ ପୂର୍ବରୁ ଶୁଣିନଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କ ଇଚ୍ଛା ବିଷୟରେ...
ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା । ଏକଥା ଆମେ କହୁନାହୁଁ ଏହି ଇଚ୍ଛା ପ୍ରକାଶ କରିଛନ୍ତି ପିସି । ସେ ଏକ ସାକ୍ଷାତକାରରେ ସ୍ବାମୀ ନିକ ଓ ନିଜକୁ ନେଇ ରାଜନୈତିକ ଇଚ୍ଛା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ସେ ସ୍ବାମୀ ନିକଙ୍କୁ ଭାରତର ରାଷ୍ଟ୍ରପତି ଦୌଡରେ ଏବଂ ନିଜକୁ ପ୍ରଧାନମନ୍ତ୍ରୀ ଦୌଡରେ ଦେଖିବାକୁ ଚାହୁଁଛନ୍ତି ।
ଦେଶର ରାଜନୀତି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ପ୍ରିୟଙ୍କା । ତାଙ୍କ ଅନୁଯାୟୀ ସେ ଦୁଇଜଣ ମହାନ ନେତା ସାବ୍ୟସ୍ତ ହୋଇପାରିବେ ବୋଲି କହିଛନ୍ତି ପିସି ।