ETV Bharat / sitara

TIFF 2020ର ଆମ୍ବାସାଡର ସାଜିଲେ ପିସି

author img

By

Published : Jul 8, 2020, 7:40 PM IST

ନିଜ ନାମରେ ଆଉ ଏକ ଉପାଧି ସାମିଲ କଲେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ(ଟିଆଇଏଫଏଫ) 2020ର ଆମ୍ବାସଡର ରୂପେ ଘୋଷିତ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପପୁଲାର । ସେ ଅନେକ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ନିଜ ଜଲୱା ଦେଖାସାରିଛନ୍ତି । ସେହିପରି ସେ ଅନେକ ଦେଶରୁ ଭିନ୍ନ ଭିନ୍ନ ପୁରସ୍କାର ପାଇସାରିଛନ୍ତି । ଇତିମଧ୍ୟରେ ତାଙ୍କ ନାମରେ ଆଉ ଏକ ସମ୍ମାନ ସାମିଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା । ଏହାର ସୂଚନା ସେ ନିଜ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇ ଖୁସି କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କ ଏହି ଉପାଧି ବିଷୟରେ...

କଥାଟି ହେଲା ଯେ ପ୍ରିୟଙ୍କାଙ୍କୁ ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ(ଟିଆଇଏଫଏଫ) 2020ର ଆମ୍ବାସଡର କରାଯାଇଛି । ତାଙ୍କ ନାମ 50 ଫିଲ୍ମ ମେକର୍ସ ଓ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇଛି । ଯେଉଁମାନଙ୍କୁ ଫିଲ୍ମ ଫେଷ୍ଟିଭାଲରେ ଆମ୍ବାସଡର ରୂପେ ସାମିଲ କରାଯାଇଛି ।

ଏହି ଖୁସି ଖବର ପ୍ରିୟଙ୍କା ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଶୁଣାଇଛନ୍ତି । ଯେଉଁଥିରେ ସେ ନିଜର ଅନେକ ଫିଲ୍ମ ବିଷୟରେ କଥା ହେଉଥିବାର ଦେଖାଯାଉଛନ୍ତି ।

ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ମୋର ପୁରା କ୍ୟାରିୟରରେ ଟିଆଇଏଫଏଫ ସବୁବେଳେ ମୋ ଦ୍ବିତୀୟ ଘର ରୂପେ ରହିଆସୁଛି । ମୁଁ ମୋ ଅନେକ ଫିଲ୍ମ ସହ ଜଣେ ଅଭିନେତ୍ରୀ ଓ ନିର୍ମାତା ରୂପେ ଏହି ଫେଷ୍ଟିଭାଲରେ ନିଜର ଆରମ୍ଭ କରିଛି । ଜଣେ ଆମ୍ବାସଡର ରୂପେ ମୁଁ କରୁଥିବା ସେବା ପାଇଁ ଗର୍ବିତ ଅନୁଭବ କରୁଛି । ମୁଁ ଏହି ସମ୍ପର୍କକୁ ଜାରି ରଖିବା ପାଇଁ ଉତ୍ସାହିତ ମଧ୍ୟ ଅଛି । କାରଣ ଏହା ମୋ ପାଇଁ ମହତ୍ବପୂର୍ଣ୍ଣ ।’ ତାଙ୍କର ଏହି ପୋଷ୍ଟ ଉପରେ ଫ୍ୟାନ୍ସ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.