ETV Bharat / sitara

ଦେଶୀ ଗାର୍ଲଙ୍କ ପ୍ରଯୋଜିତ ଫିଲ୍ମ ‘ପାଣି’କୁ ମିଳିଲା ଜାତୀୟ ପୁରସ୍କାର

author img

By

Published : Dec 24, 2019, 4:54 PM IST

66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ’ପାଣି’ ବାଜି ମାରିନେଇଛି। ଜାତୀୟ ପୁରସ୍କାରେ ପୁରସ୍କୃତ ହୋଇଛି ଏହି ଫିଲ୍ମ। ଯାହାକୁ ନେଇ ଖୁସିଭରା ଟ୍ବିଟ କରିଛନ୍ତି ପିସି।

priyanka chopra
ଡିଜାଇନ ଫଟୋ

ମୁମ୍ବାଇ: ସୋମବାର ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଯାଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ 66ତମ ଜାତୀୟ ଚଳଚ୍ଚିତ୍ର ସମାରୋହରେ ପୁରସ୍କାର ବିତରଣ କରିଥିଲେ । ଆଉ ଏଥିରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ମରାଠୀ ପ୍ରଯୋଜିତ ଫିଲ୍ମ ‘ପାଣି’କୁ ପରିବେଶ ସଂରକ୍ଷଣ ବିଭାଗରେ ଜାତୀୟ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ତାଙ୍କ ଫିଲ୍ମ ଜିତିଥିବାରୁ ପ୍ରିୟଙ୍କାଙ୍କ ଖୁସି ନକହିଲେ ସରେ । ପୁରସ୍କାର ନେବାକୁ ପ୍ରିୟଙ୍କା ଉପସ୍ଥିତ ନଥିଲେ କିନ୍ତୁ, ଫିଲ୍ମ ନିର୍ଦ୍ଦେଶକ ଆଦିନାଥ କୋଠାରେ ଟିମ ସହ ପୁରସ୍କାର ଗ୍ରହଣ କରିଥିଲେ।

tweet
ଭିଡିଓ ସୌଜନ୍ୟ: ଟ୍ବିଟର@ପ୍ରିୟଙ୍କା ଚୋପ୍ରା

ପିସି ସଙ୍ଗେ ସଙ୍ଗେ ଏକ ଟ୍ବିଟ କରି ନିଜ ଖୁସି ପ୍ରକାଶ କରିଥିଲେ । ଆଉ ଲେଖିଥିଲେ, ‘ପାଣି ଭଳି ସ୍ପେଶାଲ ଫିଲ୍ମ ପ୍ରଯୋଜିତ କରି ମୁଁ ବହୁତ ଖୁସି ଆଉ ଗର୍ବିତ ଅନୁଭବ କରୁଛି । ମୁଁ ବିଶ୍ବାସ କରିପାରୁନି ଯେ ଏହାକୁ ଗ୍ରହଣ କରିବା ପାଇଁ ମୁଁ ସେଠାରେ ନଥିଲି । ଏପରି ଶାନଦାର ଫିଲ୍ମ ନିର୍ମାଣ କରିବା ଏବଂ ପୁରସ୍କାର ପ୍ରାପ୍ତ କରିବା ପାଇଁ ଆଦିନାଥ କୋଠାରେଙ୍କୁ ଅନେକ ଅନେକ ଧନ୍ୟବାଦ।’

ଭିଡିଓ ସୌଜନ୍ୟ: ଟ୍ବିଟର@ପ୍ରିୟଙ୍କା ଚୋପ୍ରା

ପ୍ରକାଶ ଥାଉକି ଏହି ସମାରୋହରେ ଅନେକ ଫିଲ୍ମକୁ ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ମନୋରଞ୍ଜନ ଚଳଚ୍ଚିତ୍ର ପୁରସ୍କାର ଆୟୁଷ୍ମାନ ଖୁରାନାଙ୍କ ଫେମସ ଫିଲ୍ମ ‘ବଧାଇ ହୋ’କୁ ମିଳିଛି । ସେହିପରି ଆୟୁଷ୍ମାନଙ୍କ ଫିଲ୍ମ ‘ଅନ୍ଧାଧୁନ’ ଓ ବିକ୍କୀ କୌଶଲଙ୍କ ‘ଉରି’ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟପଟେ ସାଉଥ ଅଭିନେତ୍ରୀ କ୍ରିତି ସୁରେଶଙ୍କୁ ‘ମହାନତି’ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.