ETV Bharat / sitara

ଫରହାନଙ୍କ ହାତ ଧରି ପ୍ରିୟଙ୍କା ରୋମାଣ୍ଟିକ

ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ସୋନାଲୀ ବୋଷଙ୍କ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ । ଯାହାର ଫାଷ୍ଟ ଲୁକ ଏବେ ଜାରି ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପ୍ରିୟଙ୍କା ଚୋପ୍ରା
author img

By

Published : Aug 30, 2019, 7:03 AM IST

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତରଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ ରିଲିଜ ହେବାକୁ ଆଉ କିଛି ଦିନ ବାକି ଅଛି । ଏହି ଫିଲ୍ମ ଜରିଆରେ ପ୍ରିୟଙ୍କା ଦୀର୍ଘ ସମୟ ପରେ ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି ।

ଇତିମଧ୍ୟରେ ଜାରି ହୋଇଯାଇଛି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର । ଯେଉଁଥିରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରିୟଙ୍କା ଓ ଫରହାନ । ହାତରେ ହାତ ଧରି ପରସ୍ପରକୁ ଅନାଇଛନ୍ତି ଏହି ଯୋଡି ।

video
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପ୍ରିୟଙ୍କା ଚୋପ୍ରା

‘ଦ ସ୍କାଏ ଇଜ ପିଙ୍କ’ ଫିଲ୍ମରେ ଆଦିତି ଓ ନିରେନ ଚୌଧୁରୀଙ୍କ ଭୂମିକାରେ ଅଛନ୍ତି ଫରହାନ ଓ ପ୍ରିୟଙ୍କା । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସୋନାଲୀ ବୋଷ । ଅକ୍ଟୋବର 11ରେ ଭାରତରେ ରିଲିଜ ହେବାକୁ ଯାଉଥିବାବେଳେ ସେପ୍ଟେମ୍ବର 13ରେ ଟୋରାଣ୍ଟ ଇଣ୍ଟରନନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ୱାର୍ଲ୍ଡ ପ୍ରିମିୟର କରାଯିବ ।

ପ୍ରକାଶ ଥାଉକି ଏହି ଦୁଇଜଣଙ୍କ ବ୍ୟତୀତ ଫିଲ୍ମରେ ଜାୟରା ୱାସମୀ ମଧ୍ୟ ନଜର ଆସିବେ । ଏହା ତାଙ୍କ ଶେଷ ଫିଲ୍ମ ଥିଲା । କାରଣ ସେ ନିକଟରେ ବଲିଉଡ ଛାଡିଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.