ETV Bharat / sitara

ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କଲେ ମଲାଲା, ଶୁଭେଚ୍ଛା ଜଣାଇଲେ ଦେଶୀଗର୍ଲ - ମାଲାଲାଙ୍କୁ ଦେଶୀଗର୍ଲଙ୍କ ଶୁଭେଚ୍ଛା

ନୋବେଲ ବିଜେତା ମଲାଲା ୟୁସୁଫଜାଇ ଅକ୍ସଫୋର୍ଡ ୟୁନିଭରସିଟିରୁ ଫିଲୋସଫି, ପଲିଟିକାଲ ଏବଂ ଇକୋନୋମି ଡିଗ୍ରୀ ହାସଲ କରିଛନ୍ତି । ଏନେଇ ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ଜୋନସ ସୋସିଆଲ ମିଡିଆରେ ମଲାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ...

Priyanka Chopra extends best wishes to Oxford graduate Malala
ମାଲାଲାଙ୍କୁ ଦେଶୀଗର୍ଲଙ୍କ ଶୁଭେଚ୍ଛା
author img

By

Published : Jun 21, 2020, 5:44 PM IST

ମୁମ୍ବାଇ: ଅଭିନେତା ପ୍ରିୟଙ୍କା ଚୋପ୍ରା ଜୋନସ ପାକିସ୍ତାନୀ ନୋବେଲ ବିଜେତା ମାଲାଲା ୟୁସୁଫଜାଇଙ୍କୁ ଅକ୍ସଫୋର୍ଡ ୟୁନିଭରସିଟିରୁ ଫିଲୋସଫି, ପଲିଟିକାଲ ଏବଂ ଇକୋନୋମି ଡିଗ୍ରୀ ହାସଲ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରିୟଙ୍କା ମଲାଲାଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ପ୍ରିୟଙ୍କା ଏହାର କ୍ୟାପସନରେ ଲେଖିଛନ୍ତି, ହାପି ଗ୍ରାଜୁଏସନ୍, @ ମଲାଲା ! ଅକ୍ସଫୋର୍ଡରୁ ତୁମର ଫିଲୋସଫି, ପଲିଟିକାଲ ଏବଂ ଇକୋନୋମି ଡିଗ୍ରୀରେ ସଫଳତା ହାସଲ କରିଥିବାରୁ ମୁଁ ଅତ୍ୟଧିକ ଗର୍ବିତ ।

ଜୁନ୍ 19 ରେ, ମଲାଲା ନିଜ ପରିବାର ସହ ଏକ ଫଟୋ ପୋଷ୍ଟ କରି ଏକ କେକ୍ କାଟି ଟ୍ୱିଟରରେ ତାଙ୍କର ଖୁସି ସେୟାର କରିଥିଲେ ।

ମଲାଲା ଲେଖିଛନ୍ତି, ବର୍ତ୍ତମାନ ମୁଁ ଅକ୍ସଫୋର୍ଡରେ ମୋର ଫିଲୋସଫି, ପଲିଟିକାଲ ଏବଂ ଇକୋନୋମି ଡିଗ୍ରୀ ସମାପ୍ତ କଲି । ତେଣୁ ମୋର ଖୁସି ଏବଂ କୃତଜ୍ଞତା ଜଣାଇବା ବହୁତ କଷ୍ଟକର । ମୁଁ ଜାଣେ ନାହିଁ ଆଗକୁ କଣ ହେବ । କିନ୍ତୁ, ମୁଁ ବର୍ତ୍ତମାନ ନେଟଫ୍ଲିକ୍ସ ଦେଖିବି, ବହି ପଢିବି ଏବଂ ଶୋଇବି ।

ପ୍ରକାଶ ଥାଉକି, ମାଲାଲା ପ୍ରଥମେ ଜୁନ୍ 8 ରେ ତାଙ୍କର ଗ୍ରାଜୁଏଟ ହେବାର ଖବର ସେୟାର କରିଥିଲେ । ଯେତେବେଳେ ସେ ୟୁଟ୍ୟୁବ୍ ସ୍ପେସିଆଲ୍ # କ୍ଲାସ୍ 2020 ରେ ଭାଗ ନେଇଥିଲେ ।

ମଲାଲା ସେତେବେଳେ ସେୟାର କରିଥିଲେ ଯେ ତାଙ୍କର ଆଗକୁ ଆହୁରି ଚାରୋଟି ପରୀକ୍ଷା ବାକି ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.