ETV Bharat / sitara

ଡ୍ରେସକୁ ନେଇ ପୁଣି ଟ୍ରୋଲ ହେଲେ ଦେଶୀ ଗାର୍ଲ

ସୋସିଆଲ ମିଡିଆରେ ୟୁଜର୍ସ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ମଜାକ ଉଡାଇଛନ୍ତି । ମେଟ ଗାଲା ପରେ ପୁଣି ନିଜ ଡ୍ରେସକୁ ନେଇ ଟ୍ରୋଲ ହୋଇଛନ୍ତି ପିସି ।

author img

By

Published : Jun 4, 2019, 11:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେବା ପରେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାର ଲସ ଆଞ୍ଜେଲସର ଏକ ଇଭେଣ୍ଟରେ ପହଞ୍ଚିଥିଲେ । ପ୍ରିୟଙ୍କା ସାଧାରଣତଃ ନିଜ ଫ୍ୟାଶନ ଷ୍ଟେଟମେଣ୍ଟ ଜରିଆରେ ଅନେକ ପ୍ରଶଂସା ସାଉଁଟିଥାଆନ୍ତି । କିନ୍ତୁ ଅନେକଥର ତାଙ୍କୁ ମଧ୍ୟ ଟ୍ରୋଲିଂର ସାମ୍ନା କରିବାକୁ ପଡିଥାଏ । ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଲୁକକୁ ଅଧିକ ପସନ୍ଦ କରାଯାଇନଥିଲା । ଯାହାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଏବେ ପୁଣି ସେ ନିଜ ଡ୍ରେସକୁ ନେଇ ଚର୍ଚ୍ଚାରେ । ସେ ଏପରି କିଛି ପିନ୍ଧିଥିଲେ ଯାହାପରେ ୟୁଜର୍ସ ତାଙ୍କୁ ଆପତିଜନକ କମେଣ୍ଟ କରିବା ଆରମ୍ଭ କରି ଦେଇଛନ୍ତି ।

ପ୍ରିୟଙ୍କ ସ୍ବାମୀ ନିକ ଜୋନସଙ୍କ ସହ ଜୋନସ ବ୍ରଦର୍ସଙ୍କ 'ଚେଞ୍ଜି ହାପ୍ପିନେସ'ର ପ୍ରିମିୟରରେ ପହଞ୍ଚିଥିଲେ । ସେହି ସମୟରେ ପ୍ରୟଙ୍କା ହାଇ ସ୍ଲିଟ ବ୍ଲାକ ଗାଉନ ପିନ୍ଧିଥିବାର ନଜର ଆସିଥିଲେ । ଅନ୍ୟପଟେ ନିକ ପରପଲ କଲରର ଜ୍ୟାକେଟ ଏବଂ ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଇଥିଲେ । ଯେଉଁଠାରେ ପ୍ରିୟଙ୍କାଙ୍କ ଏହି ବୋଲ୍ଡ ଡ୍ରେସର କିଛି ଫ୍ୟାନ୍ସ ପ୍ରଶଂସା କରିଛନ୍ତି, ସେହିଠାରେ ଆଉ କିଛି ୟୁଜର୍ସ ତାଙ୍କ ଡ୍ରେସ ହଜମ କରିପାରିନାହାଁନ୍ତି । ଏହାକୁ ଆଧାର କରି ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି ।

ପିସିଙ୍କ ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି, "ବାହୁବଳୀ ମ୍ୟାମ ।" ଆଉ ଜଣେ ୟୁଜର ଲେଖିଛନ୍ତି, "ଏହା ବେଶ ମଜାଦାର ଲାଗୁଛି । ଯେମିତି ଆପଣ ନିଜ ଗୋଡ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଏହା ପୁରାପୁରି ଫେକ ଲାଗୁଛି ।" ଏହିପରି ଅନେକ କମେଣ୍ଟରେ ସୋସିଆଲ ମିଡିଆ ଭରି ଦେଇଛନ୍ତି ୟୁଜର୍ସ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.