ETV Bharat / sitara

ପ୍ରିୟଙ୍କା-ଫରହାନଙ୍କ ରୋମାନ୍ସ, ଦେଖନ୍ତୁ ଭିଡିଓ

ଅକ୍ଟୋବର 11ରେ ରିଲିଜ ହେବାକୁ ଯାଇଥିବା ପ୍ରିୟଙ୍କା ଓ ଫରହାନଙ୍କ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ର ପ୍ରଥମ ରୋମାଣ୍ଟିକ ଗୀତ ରିଲିଜ ହୋଇଯାଇଛି । ରିଲିଜ ହେବା ମାତ୍ରେ ଗୀତ ୟୁଟ୍ୟୁବରେ ଚହଳ ସୃଷ୍ଟି କରିଛି ।

author img

By

Published : Sep 21, 2019, 8:43 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସ୍ଥାପନ କରିସାରିଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ ରିଲିଜ ପାଇଁ ପ୍ରସ୍ତୁତ । ନିକଟରେ ରିଲିଜ ହୋଇଥିବା ଏହି ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଗୀତ ‘ଦିଲ ହି ତୋ ହେ’ ।

ଟ୍ରେଲର ପରି ଏବେ ଏହି ଗୀତଟି ମଧ୍ୟ ସୋସିଆଲ ମିଡିଆରେ ଛାଇଯାଇଛି । ଗୀତରେ ଫରହାନ ଅଖତରଙ୍କ ସହ ପ୍ରିୟଙ୍କାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି ।

ଜି ମ୍ୟୁଜିକ କମ୍ପାନୀ ଦ୍ବାରା ୟୁଟ୍ୟୁବରେ ରିଲିଜ କରାଯାଇଥିବା ‘ଦିଲ ହି ତୋ ହେ’ ଗୀତକୁ ଏଯାବତ 1 ଲକ୍ଷ 58 ହଜାର ଥର ଦେଖାସରିଲାଣି । ଗୀତରେ ଶାନଦାର କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟକ ଅରିଜିତ ସିଂ ଓ ଅନ୍ତରା ମିତ୍ରା । ସେହିପରି ଲିରିକ୍ସ ଲେଖିଛନ୍ତି ପ୍ରୀତମ ।

ପ୍ରକାଶ ଥାଉକି ଦ ସ୍କାଇ ଇଜ ପିଙ୍କ ମୋଟିଭେଶନାଲ ସ୍ପୀକର ଆୟଶା ଚୌଧୁରୀଙ୍କ ଜୀବନକୁ ନେଇ ଆଧାରିତ । ଯିଏ ପଲ୍ମନରୀ ଫାଇବରୋସିସ ରୋଗରେ ଗ୍ରସ୍ତ ଥିଲେ । ଫିଲ୍ମରେ ପ୍ରିୟଙ୍କା ଓ ଫରହାନ ଆୟଶାଙ୍କ ପିତା-ମାତା ଭୂମିକାରେ ଅଭିନୟ କରିଥିବା ବେଳେ ନିକଟରେ ବଲିଉଡ ଛାଡିଥିବା ଅଭିନେତ୍ରୀ ଜାୟରା ୱାସମୀ ଆୟଶାଙ୍କ ଭୂମିକାରେ ନଜର ଆସିବେ । ଅକ୍ଟୋବର 11ରେ ରିଲିଜ ହେବ ଫିଲ୍ମ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.