ETV Bharat / sitara

ଆରପାରିରେ ଭୀମ, ଆର୍ଥିକ ସଙ୍କଟ ସହ କରୁଥିଲେ ସଂଘର୍ଷ - ପ୍ରବୀଣ କୁମାର ସୋବତୀଙ୍କ ଦେହାନ୍ତ

ଆରପାରିରେ 'ମହାଭାରତ'ର ଭୀମ। ବିଆର ଚୋପ୍ରାଙ୍କ ପୌରାଣିକ ସୋ' 'ମହାଭାରତ'ରେ ଭୀମ ଭୂମିକାରେ ଅଭିନୟ କରିଥିବା 74 ବର୍ଷୀୟ ଅଭିନେତା ପ୍ରବୀଣ କୁମାର ସୋବତୀଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ଆରପାରିରେ ମହାଭାରତର ଭୀମ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

author img

By

Published : Feb 8, 2022, 10:38 AM IST

ହାଇଦ୍ରାବାଦ: ଆରପାରିରେ 'ମହାଭାରତ'ର ଭୀମ। ବିଆର ଚୋପ୍ରାଙ୍କ ପୌରାଣିକ ସୋ' 'ମହାଭାରତ'ରେ ଭୀମ ଭୂମିକାରେ ଅଭିନୟ କରିଥିବା 74 ବର୍ଷୀୟ ଅଭିନେତା ପ୍ରବୀଣ କୁମାର ସୋବତୀଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। ଅଭିନେତା ପୌରାଣିକ ଧାରାବାହିକରେ ଭୀମଙ୍କ ଭୂମିକାରେ ଅଭିନୟ କରିବା ପରେ ଘରେଘରେ ପରିଚିତ ହୋଇଥିଲେ। ସେ କେବଳ ଅଭିନୟ ଜଗତରେ ନୁହେଁ କ୍ରୀଡ଼ା ଜଗତରେ ମଧ୍ୟ ଅନେକ ନାଁ ଅର୍ଜନ କରିଥିଲେ ।

  • आज सुबह ही एक और दुःखद समाचार मिला। मेरा महाभारत का भाई प्रवीण कुमार जी हम सबको छोड़कर अनंत यात्रा पे चला गया। विश्वास नही हो रहा। पा जी, आप हमेशा हमारी यादों में रहेंगे।
    ओम शांति ओम शांति ओम शांति pic.twitter.com/djLHTSXUTt

    — Gajendra Chauhan (@Gajjusay) February 8, 2022 " class="align-text-top noRightClick twitterSection" data=" ">

ଏସୀୟ ଗେମ୍ସରେ କରିଛନ୍ତି ଭାରତର ପ୍ରତିନିଧିତ୍ବ :

ପ୍ରବୀଣ କୁମାର ଜଣେ ଅଭିନେତା ହେବା ବ୍ୟତୀତ ଭଲ ଆଥଲେଟ୍ ମଧ୍ୟ ଥିଲେ । ସେ ହାମର ଏବଂ ଡିସ୍କସ ଥ୍ରୋରେ ଅନେକ ପଦକ ଜିତିଛନ୍ତି । ବିଏସଏଫର ପୂର୍ବତନ ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ମଧ୍ୟ ଏସୀୟ ଏବଂ କମନୱେଲଥ ଗେମ୍ସରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ହଂକଂରେ ଆୟୋଜିତ ଏସୀୟ ଗେମ୍ସରେ ସେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ 1960 ଏବଂ 70 ଦଶକରେ ଆଥଲେଟିକ୍ସରେ ମଧ୍ୟ ଲୋକପ୍ରିୟତା ହାସଲ କରିଥିଲେ ।

50 ରୁ ଅଧିକ ଚଳଚ୍ଚିତ୍ରରେ କରିଛନ୍ତି କାମ:

ଏସିଆନ୍ ଗେମ୍ସ ଏବଂ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ହେତୁ ଏତେ ଲୋକପ୍ରିୟତା ବଢିଯାଇଥିଲା ଯେ ବିଆର ଚୋପ୍ରା ତାଙ୍କୁ 'ମହାଭାରତ'ର ଭୀମଙ୍କ ଭୂମିକା ପାଇଁ ଭେଟିବାକୁ ଇଚ୍ଛା କରିଥିଲେ । ପୂର୍ବରୁ ଅଭିନୟ ସ୍ବପ୍ନ କେବେ ଦେଖିନଥିବା ପ୍ରବୀଣ ମଧ୍ୟ ଚରିତ୍ର ବିଷୟରେ ଜାଣିବା ପରେ ବିଆର ଚୋପ୍ରାଙ୍କୁ ଭେଟିବାକୁ ଯାଇଥିଲେ । ଏହା ପରେ ତାଙ୍କୁ ମହାଭାରତରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ଏହିଠାରୁ ପ୍ରବୀଣଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା ।

ରାଜନୀତିରେ କରିଥିଲେ କ୍ୟାରିଅର୍ :

50 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ପ୍ରବୀଣଙ୍କ ଶେଷ ଚଳଚ୍ଚିତ୍ର 2013 ମସିହାରେ ମୁକ୍ତିଲାଭ କରିଥିଲା ​। ଏହି ଚଳଚ୍ଚିତ୍ରର ନାମ ଥିଲା 'ମହାଭାରତ ଔର ବର୍ବର' । ପ୍ରବୀଣ କୁମାର ସୋବତୀ ଏଠାରେ ଭୀମ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ଅଭିନୟ ଛାଡି ପ୍ରବୀଣ କୁମାର ସୋବତୀ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ସେ ଆମ୍ ଆଦମୀ ପାର୍ଟିର ଟିକେଟରେ ଦିଲ୍ଲୀର ୱାଜିରପୁରରୁ ପ୍ରତିଦ୍ବନ୍ଦିତା କରିଥିଲେ। କିନ୍ତୁ ଜିତି ପାରିନଥିଲେ । ଏହା ପରେ ସେ AAP ଛାଡି ବିଜେପିରେ ଯୋଗ ଦେଇଥିଲେ ।

କିଛିଦିନ ପୂର୍ବରୁ ସରକାରଙ୍କ ଠାରୁ ସାହାଯ୍ୟ ଲୋଡିଥିଲେ

କିଛି ଦିନ ପୂର୍ବରୁ ଜୀବନଯାପନ ପାଇଁ ପ୍ରବୀଣ କୁମାର ସରକାରଙ୍କ ସହାୟତା ଲୋଡିଥିଲେ। ଶେଷ ସମୟରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ପ୍ରବୀଣ କୁମାର। ତାଙ୍କର ଆର୍ଥିକ ସ୍ଥିତି ସମ୍ପର୍କରେ ସୂଚନା ଦେଇ ସରକାରଙ୍କୁ ସେ ସାହାଯ୍ୟ ମାଗିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.