ମୁମ୍ବାଇ: ଗତ ବର୍ଷ ସଞ୍ଜୟ ଦତ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘ପ୍ରସ୍ଥାନମ’ରେ ଅଭିନୟ କରିଥିବା ଅଭିନେତା ସତ୍ୟଜିତ ଦୁବେଙ୍କ ଫ୍ୟାନ୍ସଙ୍କୁ ମିଳିଲା ନୈରାଶ୍ୟଜନକ ଖବର। ତାଙ୍କ ମା'ଙ୍କ କୋରୋନା ଟେଷ୍ଟ ପଜିଟିଭ ବାହାରିଛି । ଯାହାକୁ ନେଇ ଚିନ୍ତିତ ପୁରା ପରିବାର। ଏହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି । ସେ ଖୁଲାସା କରିଛନ୍ତି ଯେ କିଛି ଦିନରୁ ତାଙ୍କ ମା' ଅସୁସ୍ଥ ଅନୁଭବ କରୁଥିଲେ । ଆଉ ହଠାତ୍ ତାଙ୍କ ମାଇଗ୍ରେନର ସମସ୍ୟା ବଢିଯାଇଥିଲା।
- " class="align-text-top noRightClick twitterSection" data="
">
ଏହାବ୍ୟତୀତ ତାଙ୍କୁ ଜ୍ବର, ବାନ୍ତି ଆଉ ଶରୀରରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା । ଯାହାପରେ ତାଙ୍କର ଅନେକ ଟେଷ୍ଟ କରାଯାଇଥିଲା ।
ପରେ ତାଙ୍କର କୋଭିଡ-19 ଟେଷ୍ଟ ପରେ ସେ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ସେ ନିଜ ଭଉଣୀ ଆଉ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି । ସେପଟେ ତାଙ୍କ ମା'ଙ୍କ ଚିକିତ୍ସା ଏବେ ନାନାବତୀ ମେଡିକାଲରେ ଚାଲିଛି।