ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା: କଙ୍ଗନାଙ୍କ ସମର୍ଥନରେ ପ୍ରସୁନ୍ ଯୋଶୀ - ବଲିଉଡ ଡ୍ରଗ୍ସ ମାମଲା

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଚାଲିଥିବା ଡ୍ରଗ୍ସ ବିବାଦରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଅନେକ ବଡ ବଡ ତାରକାଙ୍କ ବିରୋଧରେ ଡ୍ରଗ୍ସ ନେଉଥିବାର ଅଭିଯୋଗ କରିଥିଲେ । ଯାହା ପରେ ଅନେକ ତାରକାମାନେ ମଧ୍ୟ କଙ୍ଗନାଙ୍କ ବିରୋଧରେ ଆସିଥିଲେ । ଏହି ସମୟରେ, (ସେନ୍ସର ବୋର୍ଡ)ର ଚେୟାରମ୍ୟାନ୍ ତଥା ଗୀତିକାର ପ୍ରସୁନ୍ ଯୋଶୀ କଙ୍ଗନାଙ୍କ ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି, କଙ୍ଗନା ସତ କହୁଛନ୍ତି । ଅଧିକ ପଢନ୍ତୁ...

prasoon joshi backs kangana ranaut on the bollywood drug row
ବଲିଉଡ ଡ୍ରଗ୍ସ ମାମଲା: କଙ୍ଗନାଙ୍କ ସମର୍ଥନରେ ପ୍ରସୁନ୍ ଯୋଶୀ
author img

By

Published : Oct 3, 2020, 4:10 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସର୍ବଦା ତାଙ୍କ ବିବାଦୀୟ ବୟାନ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଚାଲିଥିବା ଡ୍ରଗ୍ସ ବିବାଦରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଅନେକ ବଡ ବଡ ତାରକାଙ୍କ ବିରୋଧରେ ଡ୍ରଗ୍ସ ନେଉଥିବାର ଅଭିଯୋଗ କରିଥିଲେ । ଯାହା ପରେ ଅନେକ ତାରକା ମଧ୍ୟ କଙ୍ଗନାଙ୍କ ବିରୋଧରେ ଆସିଥିଲେ ।

ଏହା ବ୍ୟତୀତ କଙ୍ଗନାଙ୍କ ମହାରାଷ୍ଟ୍ର ସରକାର ଏବଂ ଶିବସେନାଙ୍କ ସହିତ ମଧ୍ୟ ବିବାଦ ଚାଲିଛି ।

ଏହି ସମୟରେ, ବର୍ତ୍ତମାନ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସେନ୍ସର ବୋର୍ଡ) ଚେୟାରମ୍ୟାନ୍ ତଥା ଗୀତିକାର ପ୍ରସୁନ୍ ଯୋଶୀ କଙ୍ଗନାଙ୍କ ସମର୍ଥନରେ ବାହାରିଛନ୍ତି ।

ଏକ ସାକ୍ଷାତକାରରେ ପ୍ରସୁନ୍ କଙ୍ଗନାଙ୍କୁ ସମର୍ଥନ କରି କହିଛନ୍ତି ଯେ, କିଛି ଭଲ କାମ କରୁଥିବା ଚଳଚ୍ଚିତ୍ର ଇଣ୍ତଷ୍ଟ୍ରିକୁ ବଦନାମ କରିବା ଭୁଲ୍ । କଙ୍ଗନା ସତ କହୁଛନ୍ତି ଏବଂ ଏହାକୁ ଅବମାନନା କରିବା ଉଚିତ୍ ନୁହେଁ ।

ପୂର୍ବରୁ କଙ୍ଗନା ଅଭିଯୋଗ କରିଥିଲେ ଯେ, ବଲିଉଡରେ 99 ପ୍ରତିଶତ ତାରକା ଡ୍ରଗ୍ସ ସେବନ କରନ୍ତି । କଙ୍ଗନା ତାଙ୍କ ଟ୍ବିଟରରେ କିଛି କଲାକାରଙ୍କ ନାଁ ମଧ୍ୟ ଲେଖିଥିଲେ ଏବଂ କହିଥିଲେ ଯେ ଏହି ମାନଙ୍କ ଡ୍ରଗ୍ସ ଟେଷ୍ଟ କରାଯିବା ଉଚିତ୍ ।

ଯାହା ପରେ ଅନେକ ସେଲିବ୍ରିଟି କଙ୍ଗନାଙ୍କୁ ବିରୋଧ କରିଥିଲେ ଏବଂ କିଛି କଳାକାର ତାଙ୍କ ସମର୍ଥନରେ ବାହାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.