ମୁମ୍ବାଇ: ପୁଣି ସିଲଭର ସ୍କ୍ରିନରେ କମେଡିର ଓଭର ଡୋଜ ଦେଖିବାକୁ ପାଇବେ ଦର୍ଶକ। କାରଣ ବର୍ତ୍ତମାନ ନିର୍ମାଣ ହେଉଛି ବ୍ଲକବଷ୍ଟର କମେଡି ଫିଲ୍ମ ‘ହଙ୍ଗାମା’ ରିମେକ ‘ହଙ୍ଗାମା-2’। ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଇତିମଧ୍ୟରେ ଫିଲ୍ମରେ ଆଉ ଜଣେ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଯାଇଛି। ଆଜ୍ଞା ହଁ, ସାଉଥ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ପ୍ରଣିତା ସୁଭାଷ। ସେ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ହଙ୍ଗାମା-2’ ପାଇଁ ତାଙ୍କୁ କାଷ୍ଟ କରିଛନ୍ତି ମେକର୍ସ।
ପ୍ରକାଶ ଥାଉକି ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହଙ୍ଗାମା’ 2003ରେ ରିଲିଜ ହୋଇଥିଲା । ଫିଲ୍ମରେ ଶିଳ୍ପାଙ୍କ ବ୍ୟତୀତ ମଲାଲ ଅଭିନେତା ମିଜାନ ଜାଫରୀ, ପରେଶ ରାୱଲ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ। ସେହିପରି ପ୍ରଣିତା ପୂର୍ବରୁ ‘ଅଥର୍ତିନୀ ଦାରେଦୀ’, ‘ସଗୁନୀ’, ‘ପୋର୍କୀ’ ଓ ‘ବ୍ରହ୍ମା’ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି। ଫିଲ୍ମରେ ଦର୍ଶକ ତାଙ୍କ ବୋଲ୍ଡ ଅନ୍ଦାଜ ଦେଖିବାକୁ ପାଇଛନ୍ତି। ପ୍ରଥମଥର ସେ କମେଡିରେ ନିଜ ଭାଗ୍ୟ ପରୀକ୍ଷା କରିବେ।
ବଲିଉଡ ଡେବ୍ୟୁର ଖୁଲାସା ସେ ନିଜେ କରିଛନ୍ତି । ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ପ୍ରିୟଦର୍ଶନ ଓ ରତନ ଜୈନ ସମସ୍ତଙ୍କ ପସନ୍ଦୀୟ କମେଡି ଫିଲ୍ମ ‘ହଙ୍ଗାମା 2’ ନେଇ ଆସୁଛନ୍ତି । ସମସ୍ତେ ଅନଲିମିଟେଡ କନଫ୍ୟୁଜନ ପାଇଁ ରେଡି ହୋଇଯାଆନ୍ତୁ। ରତନ ଜୈନଙ୍କ ଦ୍ବାରା ନିର୍ମିତ ଫିଲ୍ମ ‘ହଙ୍ଗାମା 2’ ଏବର୍ଷ ଅଗଷ୍ଟ 14ରେ ରିଲିଜ ହେବ ।
‘ହଙ୍ଗାମା 2’ ପରେ ପ୍ରଣିତା ବି-ଟାଉନ ସିଂଘମ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବେ। ଫିଲ୍ମରେ ଅଜୟଙ୍କ ପତ୍ନୀ ସାଜିବେ ପ୍ରଣିତା ।