ETV Bharat / sitara

ଆସିପାରେ ‘ବାହୁବଳୀ 3’, ଉତ୍ସାହିତ ଫ୍ୟାନ୍ସ

ଏବେ ‘ସାହୋ’ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଥିବା ପ୍ରଭାସଙ୍କ ଏକ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା। ସେ ‘ବହୁବଳୀ’ ଫିଲ୍ମର ତୃତୀୟ ଭାଗ ବିଷୟରେ ଖୁଲାସା କରି ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ।

author img

By

Published : Aug 25, 2019, 2:14 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ବିଶ୍ବସ୍ତରରେ ଜବରଦସ୍ତ କଲେକ୍ସନ କରି ନୂଆ ଇତିହାସ ସୃଷ୍ଟି କରିଥିଲା । ଫିଲ୍ମଟି ଦୁଇଟି ଭାଗରେ ନିର୍ମାଣ ହୋଇଥିଲା । ଦ୍ବିତୀୟ ଭାଗଟି ପ୍ରଥମ ଭାଗଠାରୁ ଅଧିକ ବିଜନେସ କରିବାରେ ସଫଳ ହୋଇପାରିଥିଲା । ଏସ.ଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ବିତୀୟ ପାର୍ଟ ରିଲିଜ ହେବା ପରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ଯେ ଫିଲ୍ମର ତୃତୀୟ ଭାଗ ରିଲିଜ ହେବ କି ନାହିଁ ।

ଫିଲ୍ମର କାହାଣୀ ଏହି ପର୍ଯ୍ୟନ୍ତ ହିଁ ଥିଲା ବୋଲି ଫ୍ୟାନ୍ସଙ୍କୁ କହି ନିରାଶ କରିଥିଲେ ପ୍ରଭାସ । ଏବେ ପ୍ରଭାସ ରଖିଛନ୍ତି ନୂଆ ବୟାନ ‘ବହୁବଳୀ’ପ୍ରେମୀଙ୍କ ମନରେ ପୁଣିଥରେ ଏକ୍ସାଇଟମେଣ୍ଟ ଭରିଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ କି ଯଦି ରାଜମୌଲୀ ଚାହିଁବେ ତେବେ ଫିଲ୍ମର ତୃତୀୟ ଭାଗ ନିର୍ମାଣ ହେବ ।

ରାଜମୌଲୀ ତାଙ୍କୁ କେବଳ 6ଟି ସ୍କ୍ରିପ୍ଟ ଦେଇଥିଲେ । ତେବେ ତାଙ୍କ ପାଖରେ 10ରୁ 14 ସ୍କ୍ରିପ୍ଟ ନିହାତି ଥିବା । ଆମ ମାନେ ସେଥିରୁ 60 ପ୍ରତିଶତ ଫିଲ୍ମରେ ଦେଖାଇସାରିଛି । କିନ୍ତୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍କ୍ରିପ୍ଟ ତାଙ୍କ ମସ୍ତିଷ୍କରେ ରହିଥିଲ । ସେ ଜାଣିନାହାଁନ୍ତି ବାହୁବଳୀର ତୃତୀୟ ଭାଗ ହେବ କି ନାହିଁ ।

ପ୍ରଭାସଙ୍କ ଏହି ବୟାନଟି ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପଲଟିଛି । ‘ବାହୁବଳୀ’ର ତୃତୀୟ ଭାଗ କେବେ ଆସିବ ତାହା କାହାକୁ ଜଣାନାହିଁ । କିନ୍ତୁ ପ୍ରଭାସଙ୍କ ମେଗା ବଜେଟ ଫିଲ୍ମ ‘ସାହୋ’ ଅଗଷ୍ଟ 30ରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ଫିଲ୍ମରେ ତାଙ୍କ ସହ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.