ETV Bharat / sitara

James teaser out: ପୁନିତ ରାଜକୁମାରଙ୍କ ସ୍ମୃତିରେ ପ୍ରଭାସଙ୍କ ଇମୋସନାଲ ନୋଟ ଭାଇରାଲ

author img

By

Published : Feb 12, 2022, 5:02 PM IST

ପୁନିତ ରାଜକୁମାରଙ୍କ ଶେଷ ଚଳଚ୍ଚିତ୍ର James ର ଟିଜର ରିଲିଜ ହୋଇଛି। ସାଉଥ ସୁପରଷ୍ଟାର ପ୍ରଭାସ ପୁନିତ ରାଜକୁମାରଙ୍କୁ ମନେ ପକାଇ ତାଙ୍କର ଶେଷ ଚଳଚ୍ଚିତ୍ର ଜେମ୍ସର ପୋଷ୍ଟର ସେୟାର କରିଛନ୍ତି। ଅଧିକ ପଢନ୍ତୁ

ପୁନିତ ରାଜକୁମାରଙ୍କ ସ୍ମୃତିରେ ପ୍ରଭାସଙ୍କ ଇମୋସନାଲ ନୋଟ ଭାଇରାଲ

ହାଇଦ୍ରାବାଦ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପୁନିତ୍ ରାଜକୁମାର 29 ଅକ୍ଟୋବର 2021 ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ତିନି ମାସରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି, ଏବେ ବି ତାଙ୍କ ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁ ତାଙ୍କୁ ଭୁଲିପାରିନାହାନ୍ତି । ପୁନିତ ରାଜକୁମାରଙ୍କ ଶେଷ ଚଳଚ୍ଚିତ୍ର 'James' ର ଟିଜର ରିଲିଜ ହୋଇଛି। ଏହି ସମୟରେ ସାଉଥ ସୁପରଷ୍ଟାର ପ୍ରଭାସ ପୁନିତ ରାଜକୁମାରଙ୍କୁ ମନେ ପକାଇ ତାଙ୍କର ଶେଷ ଚଳଚ୍ଚିତ୍ର 'ଜେମ୍ସ'ର ପୋଷ୍ଟର ସେୟାର କରିଛନ୍ତି ।

'ବାହୁବଲୀ' ଅଭିନେତା ପ୍ରଭାସ ସୋସିଆଲ ମିଡିଆରେ ଲେଖିଛନ୍ତି, 'ମୁଁ ନିଶ୍ଚିତ ଯେ 'ଜେମ୍ସ' ଫିଲ୍ମ ମାଧ୍ୟମରେ ଆମେ ମାଷ୍ଟରପିସ୍ ଦେଖିବାକୁ ଯାଉଛୁ। ଏହି ଚଳଚ୍ଚିତ୍ରଟି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ବତନ୍ତ୍ର, ଯେଉଁମାନେ ସର୍ବଦା ପାୱାର ଷ୍ଟାର ପୁନିତ ରାଜକୁମାର ଭଲ ପାଆନ୍ତି । ଆମେ ସର୍ବଦା ଆପଣଙ୍କୁ ଏହିପରି ମନେ ରଖିବୁ ।

  • " class="align-text-top noRightClick twitterSection" data="">

ଏହା ବି ପଢନ୍ତୁ: ପାୱାରଷ୍ଟାର ପୁନିତ ରାଜକୁମାରଙ୍କୁ ଅଲୁ ଅର୍ଜୁନଙ୍କ ଶ୍ରଦ୍ଧାଞ୍ଜଳି

'ଜେମ୍ସ'ରେ ପୁନିତ୍ ରାଜକୁମାରଙ୍କ ବିପକ୍ଷରେ ପ୍ରିୟା ଆନନ୍ଦ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଚେତନ କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସ୍ବର୍ଗତ ଅଭିନେତାଙ୍କ ଭାଇ ରାଘବେନ୍ଦ୍ର ରାଜକୁମାର ଏବଂ ଶିବ ରାଜକୁମାର ମଧ୍ୟ ଅଭିନୟ କରିଛନ୍ତି। ନିର୍ମାତାମାନେ ପୁନିତ୍ ରାଜକୁମାରଙ୍କ ଜନ୍ମଦିନ ମାର୍ଚ୍ଚ 17ରେ ଫିଲ୍ମ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଅଭିନେତାଙ୍କ ଫିଲ୍ମକୁ ଅପେକ୍ଷା କରିଛନ୍ତି ।

ଏହା ବି ପଢନ୍ତୁ: ହୃଦଘାତରେ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ

ପୁନିତ ରାଜକୁମାରଙ୍କୁ ପ୍ରଶଂସକମାନେ ଶ୍ରଦ୍ଧାରେ ଆପୁ ବୋଲି ଡାକୁଥିଲେ। ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । 6 ମାସର ପୁନିତ ରାଜକୁମାର ଥ୍ରୀଲର ଚଳଚ୍ଚିତ୍ର ପ୍ରେମାଦା କନିକେରେ ଅଭିନୟ କରିଥିଲେ । ଏହା ପରେ ସେ ପ୍ରାୟ 27 ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ 'ଅଞ୍ଜନିପୁତ୍ର', 'ରାଜକୁମାର' ପରି ଅନେକ ବଡ଼ ହିଟ୍ ଫିଲ୍ମ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.