ନୂଆଦିଲ୍ଲୀ: ଅଭିନେତା ଇରଫାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର। ଇରଫାନ ସୁସ୍ଥ ହୋଇ ପୁଣିଥରେ ନିଜ କାମକୁ ଫେରିଛନ୍ତି। ନିକଟରେ ରାଜସ୍ଥାନରେ ପହଞ୍ଚିଥିବା ଇରଫାନ ନିଜର ମୋଷ୍ଟ ଆୱେଟେଡ ଫିଲ୍ମ 'ହିନ୍ଦୀ ମିଡିୟମ-2'ର ସୁଟିଂ ଆରମ୍ଭ କରିଛନ୍ତି । କିନ୍ତୁ ସୁଟିଂ ଆରମ୍ଭ ହେବା ସହ ଫିଲ୍ମର ପରିବର୍ତ୍ତନ ଟାଇଟଲ ମଧ୍ୟ ସାମ୍ନାକୁ ଆସିଛି । କରୀନା କପୁର ଖାନ ଓ ଇରଫାନଙ୍କ ଏହି ଫିଲ୍ମର ନାମ ଏବେ 'ଇଂରାଜୀ ମିଡିୟମ' ରଖାଯାଇଛି ।
ଟ୍ରେଡ ଆନାଲିଷ୍ଟ ଏବଂ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଫିଲ୍ମ ସୁଟିଂର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଫଟୋଟିରେ ଉଦୟପୁରର ଲୋକେସନରେ ପୁରା ଟିମ ସହ ଇରଫାନ ଛିଡା ହୋଇଥିବାର ନଜର ଆସୁଛନ୍ତି ।
ଫିଲ୍ମରେ କରୀନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଧର୍ମା ପ୍ରଡକ୍ସନ ଫିଲ୍ମ 'ଗୁଡନ୍ୟୁଜ' ସୁଟିଂ ଶେଷ କରି 'ମେରେ ଲଣ୍ଡନ' ଫିଲ୍ମର ସୁଟିଂ ଆରମ୍ଭ କରିବେ କରୀନା । ପ୍ରଥମଥର ଦର୍ଶକ ତାଙ୍କୁ 'ଇଂରାଜୀ ମିଡିୟମ'ରେ ପୋଲିସ ଅଫିସର ଭୂମିକାରେ ଦେଖିବେ ।
ଫିଲ୍ମରେ ଇରଫାନ ନିଜ ଛୋଟ ଝିଅକୁ ଏକ ଇଂଲିସ ମିଡିୟମ ସ୍କୁଲରେ ଆଡମିଶନ କରିବା ପାଇଁ କଷ୍ଟ କରୁଥିବା ବେଳେ ତାଙ୍କ ବଡ ଝିଅ କଲେଜରେ ପାଠ ପଢୁଥିବାର ନଜର ଆସିବେ। ଶୁଣିବାକୁ ମିଳୁଛି ଯେ ଇରଫାନ ଓ କରୀନାଙ୍କ ଝିଅ ରୂପେ ଅଭିନେତ୍ରୀ ରାଧିକା ମଦାନ ଅଭିନୟ କରିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ହୋମୀ ଅଜଦାନିୟା କରୁଥିବା ବେଳେ ଦିନେଶ ବିଜନ ଏହାର ପ୍ରଯୋଜନା ଦାୟିତ୍ବ ବୁଝୁଛନ୍ତି ।