ETV Bharat / sitara

ଡିଜିଟାଲ ମୁହାଁ ଅଙ୍ଗୁରି ଭାବି - ଏକତା କପୁରଙ୍କ ନୂଆ ୱେବ ସିରିଜ ପର୍ଶପୁର

ଶିଳ୍ପାଙ୍କୁ ନେଇ ନୂଆ ଚର୍ଚ୍ଚା । ଟିଭି ଛାଡି ଡିଜିଟାଲ ଦୁନିଆରେ ସାମିଲ ହେବାକୁ ଯାଉଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସିନ୍ଦେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସିନ୍ଦେ
author img

By

Published : Nov 2, 2020, 2:08 PM IST

ମୁମ୍ବାଇ: ଟିଭିର ପପୁଲାର ଅଭିନେତ୍ରୀ ତଥା ବିଗବସ ବିଜେତା ଶିଳ୍ପା ସିନ୍ଦେ ନିଜ ଅଭିନୟ ଦ୍ବାରା ସମସ୍ତଙ୍କୁ ଦିୱାନା କରିଥାଆନ୍ତି । ଦେଶର ସବୁଠାରୁ ବଡ ଶୋ ବିଗବସ ଜିତି ସେ ଆହୁରି ଲୋକପ୍ରିୟତା ହାସଲ କରିଥିଲେ । ହେଲେ ଏତେ ପପୁଲାର ହେଲା ପରେ ମଧ୍ୟ ନା ତାଙ୍କୁ ଅଧିକା ଶୋ ମିଳିଲା ନା କୌଣସି ପ୍ରୋଜେକ୍ଟରେ ସେ ଏଯାବତ ନଜର ଆସିଛନ୍ତି । ଯାହାକୁ ନେଇ ଦୀର୍ଘ ସମୟରୁ ନିରାଶ ତାଙ୍କ ଫ୍ୟାନ୍ସ । ହେଲେ ଏବେ ସମସ୍ତଙ୍କ ପାଇଁ ଗୁଡନ୍ୟୁଜ ଆସିଛି । ଆଜ୍ଞା ହଁ, କାରଣ ସେ ଅଭିନୟ ଦୁନିଆକୁ କମବ୍ୟାକ କରିବାକୁ ଯାଉଛନ୍ତି । କିନ୍ତୁ ଏଥର ଟିଭି ନୁହେଁ ଡିଜିଟାଲ ଦୁନିଆରେ ନିଜର ଜଲୱା ଦେଖାଇବେ ସେ ।

ସେ ଟିଭି କୁଇନ ଏକତା କପୁରଙ୍କ ୱେବ ସିରିଜ ପର୍ଶପୁରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପିରିୟଡ ଡ୍ରାମା କୁହାଯାଉଥିବା ଏହି ସିରିଜରେ ଶିଳ୍ପା ଭିନ୍ନ ଅନ୍ଦାଜ ପ୍ରଥମଥର ଦେଖିବାକୁ ମିଳିବ । ଏହାର ଟିଜର ଭିଡିଓ ମଧ୍ୟ ରିଲିଜ କରିଛନ୍ତି ମେକର୍ସ । ଯେଉଁଥିରେ ରାଜକୁମାରୀ ଅବତାରରେ ନଜର ଆସୁଛନ୍ତି ଶିଳ୍ପା । ତାଙ୍କ ଏ ଅବତାର ଦେଖି ଏବେଠୁ ସିରିଜକୁ ନେଇ ଫ୍ୟାନ୍ସ ଉତ୍ସାହିତ ନଜର ଆସୁଛନ୍ତି । ସେହିପରି ସେ ପ୍ରଥମଥର ମହାଭାରତର ଅର୍ଜୁନ ଶାହିର ସେଖ ସହ କାମ କରିବେ ।

ଏହି ଦୁଇଜଣଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ଅନୁ କପୁର ମଧ୍ୟ ଦେଖାଯିବେ । ସିରିଜ ରାଜନୈତିକ କାହାଣୀକୁ ନେଇ ଆଧାରିତ । ପର୍ଶପୁର ଏକତାଙ୍କ ଅଲ୍ଟ ବାଲାଜିରେ ରିଲିଜ ହେବ । ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ଏକତା 15 ନୂଆ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.