ETV Bharat / sitara

କୋରୋନା ଆକ୍ରାନ୍ତ ହିନା ଖାନ

author img

By

Published : Apr 27, 2021, 7:36 AM IST

ଏବେ ପୁଣି ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଏହି କ୍ରମରେ ଏଥର ସାମିଲ ହୋଇଛନ୍ତି ହିନା ଖାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

ମୁମ୍ବାଇ: ଟିଭିର ପପୁଲାର ଅଭିନେତ୍ରୀ ହିନା ଖାନଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଅନେକ ସେଲିବ୍ରିଟିଙ୍କ ପରେ କୋରୋନା ସଂକ୍ରମିତ ହେଲେ ଅଭିନେତ୍ରୀ । ସୋମବାର ତାଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଥିଲା । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି । ସେହିପରି ନିକଟରେ ନିଜ ପିତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ ହିନା ।

ହେଲେ ଏବେ କୋରୋନା ସୂଚନା ଦେଇ ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୋ ଏବଂ ମୋ ପରିବାର ପାଇଁ ଏହି ସମୟ ଅତ୍ୟନ୍ତ କଷ୍ଟଦାୟକ । ଆଉ ଏବେ ମୋ କୋଭିଡ -19 ଟେଷ୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାର୍ମଶ ପରେ ମୁଁ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛି ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛି।’

ଏହାସହ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ନିଜର କୋରୋନା ଟେଷ୍ଟ କରାଇ ସୁପକ୍ଷିତ ରହିବା ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.