ମୁମ୍ବାଇ: ଲୋକପ୍ରିୟ ଗାୟିକା ତୁଲସୀ କୁମାର ସଙ୍ଗୀତ ଦୁନିଆ ପରେ ଏବେ ରେଡିଓ ଜଗତରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି । ବର୍ତ୍ତମାନ ସେ ସାଜିଛନ୍ତି ରେଡିଓ ଶୋ ‘ଇଣ୍ଡି ହେ ହମ୍’ର ହୋଷ୍ଟ। ଏହି ଶୋର ପ୍ରଥମ ସିଜନରେ କ୍ଲାସିକ ଗୀତ, କଳାକାର, ଗାୟକ ଦର୍ଶନ ରାଭାଲଙ୍କ ଦ୍ବାରା ଆୟୋଜିତ ହୋଇଥିଲା ।
ସେପଟେ ଏହି ଅବସରରେ ତୁଲସୀ କହିଛନ୍ତି, ‘ସଙ୍ଗୀତ ଶ୍ରୋତାଙ୍କୁ ସବୁବେଳେ ବାନ୍ଧି ରଖିଥାଏ । ଏହି ପଦକ୍ଷେପର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟଧିକ କୃତଜ୍ଞ । ହୋଷ୍ଟ ହେବା ମୋ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଭୂମିକା ଏବଂ ମୁଁ ନିଶ୍ଚିତ ଭାବରେ ଏହାକୁ ଉପଭୋଗ କରୁଛି । ଦେଶ ସାମ୍ନାରେ ସମସ୍ତ ପ୍ରତିଭା ଉପସ୍ଥାପନ କରିବାକୁ ଏହା ମୋତେ ବହୁତ ଆନନ୍ଦ ଦେଉଛି । ଇଣ୍ଡି ହେ ହମ୍ ହୋଷ୍ଟ ଭାବରେ, ନୂତନ ପ୍ରତିଭା ଗଚ୍ଛିତ ଥିବା ଦେଖି ମୁଁ ଉତ୍ସାହିତ ଏବଂ ଦର୍ଶକଙ୍କ ସମ୍ମୁଖରେ କିଛି ମହାନ ସ୍ବାଧୀନ କଳାକାରଙ୍କ ସହ କଥାବାର୍ତ୍ତା କରିବା ବ୍ୟତୀତ ସଙ୍ଗୀତ ବିଷୟରେ ମଧ୍ୟ ଆଲୋଚନା କରିବି ।’
ପ୍ରକାଶ ଥାଉକି ତୁଲସୀଙ୍କ ଏହି ଶୋରେ ପପୁଲାର ଗାୟକ, ଗାୟିକା ନଜର ଆସିବେ । ଏହି କ୍ରମରେ ସାମିଲ ଅଛନ୍ତି ୟୋ ୟୋ ହନି ସିଂ, ଗୁରୁ ରାନ୍ଧୱା, ଜୁବିନ୍ ନୌଟିଆଲ, ବାଦଶାହ, ମିଲିନ୍ଦ ଗାବା, ଅମଲା ଏବଂ ଅରମାନ ମଲ୍ଲୀ ଭଳି ଗାୟକ ।
@IANS