ETV Bharat / sitara

ଉତ୍ତରାଖଣ୍ଡ ହିମସ୍ମଳନ: ନିଖୋଜଙ୍କ ପରିବାରକୁ 3 ଲକ୍ଷ ଲେଖାଏଁ ଦେଲେ ନେହା

author img

By

Published : Feb 26, 2021, 7:01 AM IST

Updated : Feb 26, 2021, 2:09 PM IST

ନେହାଙ୍କ ବଡ ଘୋଷଣା । ଉତ୍ତରାଖଣ୍ଡ ହିମସ୍ମଳନ ନିଖୋଜ ଥିବା ଶ୍ରମିକଙ୍କ ପରିବାକୁ ଦାନ କଲେ 3 ଲକ୍ଷ ଲେଖାଏଁ ଟଙ୍କା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ନିକଟରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ହିମସ୍ମଳନରେ ନିଖୋଜ ଥିବା ଶ୍ରମିକଙ୍କ ପରିବାରକୁ ଲୋକପ୍ରିୟ ଗାୟିକ ନେହା କକ୍କର 3 ଲକ୍ଷ ଟଙ୍କାର ସାହାଯ୍ୟ ରାଶି ଦେବାକୁ ଯୋଜନା କରିଛନ୍ତି । ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ ସିଜନ 12’ ସେଟରେ ଆଗାମୀ ସପ୍ତାହରେ ଦର୍ଶକ ପ୍ରଥମଥର ଶୋର ହୋଷ୍ଟ ହର୍ଷ ଲିମ୍ବାଚିୟା ଏବଂ ଭାରତୀ ସିଂଙ୍କୁ ସ୍ପେଶାଲ ଏପିସୋଡ ‘ଇଣ୍ଡିଆ କି ଫରମାଇଶ’ରେ ଦେଖିବେ । ଯେଉଁଥିରେ ପ୍ରତିଯୋଗୀ ପ୍ରଶଂସକଙ୍କ ଅନୁରୋଧରେ ଗୀତ ଗାଇବେ ।

ସେହିପରି ଶୋରେ ଭାଗ ନେଇଥିବା ପୱନଦୀପ ହିମସ୍ମଳନରେ ପ୍ରଭାବିତ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ନିବେଦନ କରିଛନ୍ତି।

ପୱାନଦୀପଙ୍କ ଅଭିନୟ ପରେ କକ୍କର ତାଙ୍କୁ କହିଥିଲେ, ‘ତୁମେ ଜଣେ ଚମତ୍କାର ଗାୟକ ଯାହାକୁ ଆମେ ସମସ୍ତେ ଜାଣୁ। କିନ୍ତୁ ତୁମେ ମଧ୍ୟ ଜଣେ ଉଜ୍ଜଳ ମଣିଷ। ଯେହେତୁ ତୁମେ ନିଖୋଜ ଶ୍ରମିକଙ୍କ ପରିବାରକୁ ସମର୍ଥନ କରୁଛ ଏବଂ ସେମାନଙ୍କ ପରିବାରକୁ ମୁଁ ତିନି ଲକ୍ଷ ଟଙ୍କା ଦାନ କରିବାକୁ ଚାହୁଁଛି। ଉତ୍ତରାଖଣ୍ଡରେ ଆମର ନିଖୋଜ ଶ୍ରମିକଙ୍କ ପରିବାରର ସମର୍ଥନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ପରିବାରକୁ ସାହାଯ୍ୟ ଏବଂ ସହଯୋଗ କରନ୍ତୁ ।’ ଏହି ଏପିସୋଡ ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି ।

@IANS

Last Updated : Feb 26, 2021, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.