ETV Bharat / sitara

ନେହା-ରୋହନଙ୍କ ରୋମାନ୍ସରେ ଭାଇ ଟୋନିଙ୍କ ଖାସ୍ ପ୍ରତିକ୍ରିୟା

author img

By

Published : Oct 10, 2020, 8:38 PM IST

ସୋସିଆଲ ମିଡିଆରେ ଚାଲିଛି ନେହା ଓ ରୋହନଙ୍କ ପ୍ରେମ । ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ । ଭାଇ ଟୋନି ମଧ୍ୟ ଦେଲେ ଶାନଦାର କମେଣ୍ଟ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଏମାସ 24 ତାରିଖରେ ନିଜ ବନ୍ଧୁ ତଥା ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କୁ ବିବାହ କରିବେ । ଯାହାର ଚର୍ଚ୍ଚା କିଛି ଦିନରୁ ଚାଲିଛି । ନିକଟରେ ଶୁଣିବାକୁ ମିଳିଥିଲା ଯେ ଏହି ଯୋଡିଙ୍କ ରୋକା ସେରିମନି ମଧ୍ୟ ହୋଇସାରିଛି । ନିଜ ରିଲେସନଶିପକୁ ନେଇ ଏଯାବତ ମୌନ ବ୍ରତ ପାଳିଥିବା ଏହି ଯୋଡି ଏବେ ଖୁଲମଖୁଲା ସୋସିଆଲ ମିଡିଆରେ ପରସ୍ପରର ପ୍ରତି ପ୍ରେମ ଜାହିର କରିଛନ୍ତି । ଏହା ଦେଖିବାପରେ ଫ୍ୟାନ୍ସଙ୍କଠୁ ନେଇ ଷ୍ଟାର୍ସ କମେଣ୍ଟ କରୁଛନ୍ତି ।

ମଜାଦାର କଥା ହେଲା ଯେ ନେହାଙ୍କ ଭାଇ ତଥା ଗାୟକ ଟୋନି କକ୍କର ଶାନଦାର ପ୍ରତିକ୍ରିୟା ଦେଇଛନ୍ତି ଫଟୋରେ । ଆଜ୍ଞା ହଁ, ନେହା ଇନଷ୍ଟାଗ୍ରାମରେ ରୋହନଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ତୁମେ ମୋର।’ ଏହାର ରିପ୍ଲାଇ କରି ରୋହନ, ‘ନେହା ବାବୁ ଆଇ ଲଭ ୟୁ ସୋ ମଚ୍, ମୁଁ କେବଳ ତୁମର’ ଲେଖିଛନ୍ତି । ଆଉ ଦୁଇଜଣଙ୍କ ଏହି ପ୍ରେମ ଦେଖି ଭାଇ ଟୋନି କହିଛନ୍ତି, ‘ତୁମେ ଦୁଇଜଣ ମୋର।’

ପ୍ରକାଶ ଥାଉକି ରୋହନ ମଧ୍ୟ ନେହାଙ୍କ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ କହିଛନ୍ତି ଯେ ନେହା ତାଙ୍କ ଜୀବନ । ଆପଣ ବି ଦେଖନ୍ତୁ ଏହି ଯୋଡିଙ୍କ ରୋମାଣ୍ଟିକ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.