ETV Bharat / sitara

ଦୀର୍ଘ 8 ମାସ ପରେ ଫିଲ୍ମରେ ଗୀତ ଗାଇବେ ମିକା

author img

By

Published : Dec 10, 2020, 7:46 AM IST

ଖୁବଶୀଘ୍ର ବଡ ପରଦାରେ ଶୁଣିବାକୁ ମିଳିବା ମିକାଙ୍କ ଗୀତ । ମ୍ୟୁଜିକ ଆଲବମ ପରେ ଏବେ ଫିଲ୍ମ ‘ସୋୟୋନି’ରେ ଗୀତ ଗାଉଥିବାର ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: କିଛି ଦିନ ମଧ୍ୟରେ ଲୋକପ୍ରିୟ ଗାୟକ ମିକା ସିଂଙ୍କ ଦୁଇଟି ମ୍ୟୁଜିକ ଆଲବମ ରିଲିଜ ହୋଇସାରିଛି । ଶେଫାଳୀ ଜରିୱାଲାଙ୍କ ସହ ତାଙ୍କ ରୋମାଣ୍ଟିକ ସଙ୍ଗ ‘ହୋଣ୍ଟୋ ପେ ବସ୍’ ଚହଳ ସୃଷ୍ଟି କରିଥିବା ବେଳେ ନିକଟରେ ରିଲିଜ ହୋଇଥିବା ‘ରୂପ ତେରା ମସ୍ତାନା’ ଫ୍ୟାନ୍ସଙ୍କ ମନ କିଣିଥିଲେ । ହେଲେ ଏବେ ଶୁଣିବାକୁ ମିଳୁଛି ଯେ ପୁଣି ଫିଲ୍ମ ଦୁନିଆକୁ କମବ୍ୟାକ କରୁଛନ୍ତି । ଖୁବଶୀଘ୍ର ଫିଲ୍ମ ‘ସାୟୋନି’ରେ ଶୁଣିବାକୁ ମିଳିବ ତାଙ୍କ ନୂଆ ଗୀତ ‘ଏକ ପପି’ । ସେପଟେ ଦୀର୍ଘ 8 ମାସ ପରେ କାମକୁ ଫେରିବା ଅନୁଭୂତି ମିକା ସେୟାର କରିଛନ୍ତି ।

ଆଉ କହିଛନ୍ତି, ‘ମୁଁ ପ୍ରକୃତରେ ଉତ୍ସାହିତ ଏବଂ ଡିସେମ୍ବର 18ରେ ଏହି ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିଛି | ଲକଡାଉନ ମାସ ମଧ୍ୟରେ ଘରେ ବସି ବସି ଅନେକ ଲୋକ ବିରକ୍ତ ହୋଇଛନ୍ତି । ଗତ ଆଠ ମାସରୁ ମୋ ପାଖରେ କୌଣସି କାମ ନଥିଲା ଏବଂ ମୁଁ ନିଶ୍ଚିତ ଯେ ମୋ ପରି ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କାମ ନଥିଲା । ଦର୍ଶକ ଦୀର୍ଘ ଦିନ ଧରି ସିନେମାହଲରେ ଫିଲ୍ମ ଦେଖିନାହାଁନ୍ତି । ତେଣୁ ମୋ ଅନୁଯାୟୀ 18 ଡିସେମ୍ବରରେ ଏହି ଫିଲ୍ମ ଦେଖିବା ପାଇଁ ଥିୟଟରକୁ ଯିବା ଏକ ଉପଯୁକ୍ତ ସମୟ ।’

ସେହିପରି ଫିଲ୍ମରେ ଗୀତ ଗାଇବା ବିଷୟରେ ଆଲୋଚନା କରି ସେ କହିଥିଲେ, ‘ମୁଁ ସାୟୋନିରେ ଏକ ପପି ଗୀତ ଗାଇଛି । ଯାହା ନୂଆ କମ୍ପୋଜର ଅନନ୍ତ ଏବଂ ଅମନଙ୍କ ଦ୍ବାରା କମ୍ପୋଜ ହୋଇଛି । ଯେତେବେଳେ ମେକର୍ସ ମତେ ଏହି ଫିଲ୍ମରେ କାମ କରିବାକୁ ପାଇଁ କହିଥିଲେ ତେବେ ମତେ ପ୍ରଥମେ ଏହା ପସନ୍ଦ ଆସିନଥିଲା । କିନ୍ତୁ ଯେତେବେଳେ ମୁଁ ଏହାକୁ ତିନିରୁ ଚାରିଥର ଶୁଣିଲି ମତେ ପସନ୍ଦ ଆସିଥିଲା । ମୁଁ ଏହା ପ୍ରକୃତରେ ମଜାଳିଆ ମନେ କଲି । କାରଣ ଗୀତରେ କିଛି ଦ୍ବିଗୁଣ ଅର୍ଥ ମଧ୍ୟ ଅଛି । ଯାହା ଦର୍ଶକଙ୍କୁ ଭଲ ଲାଗିବ ।’

ପ୍ରକାଶ ଥାଉକି ‘ସାୟୋନି’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ତନମୟ ସିସିଂ, ମୁସ୍କାନ ସେଠୀ, ରାହୁଲ ରୟ, ଯୋଗରାଜ ସିଂ, ଉପସନା ସିଂ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିତିନ କୁମାର ଗୁପ୍ତା ଏବଂ ଅଭୟ ସିଙ୍ଗଲ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.