ETV Bharat / sitara

ଗୀତର ରିମିକ୍ସ ଉପରେ ଏମିତି ପ୍ରତିକ୍ରିୟା ରଖିଲେ କୈଳାସ - ଲୋକପ୍ରିୟ ଗାୟକ କୈଳାସ ଖେର

ବର୍ତ୍ତମାନ ରିମିକ୍ସର ଯୁଗ । ଫିଲ୍ମଠୁ ନେଇ ଗୀତରେ ଦେଖିବାକୁ ମିଳୁଛି ରିମେକ୍ସ ଭର୍ସନ । ଯାହା ଉପରେ ପ୍ରତିକ୍ରିୟା ରଖି କିଛି ଗାୟକଙ୍କ ଉପରେ ରାଗିଲେ କୈଳାସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୈଳାସ ଖେର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କୈଳାସ ଖେର
author img

By

Published : May 31, 2021, 11:13 AM IST

ମୁମ୍ବାଇ: ଗତ କିଛି ବର୍ଷରୁ ରିମିକ୍ସ ଗୀତ ଦର୍ଶକଙ୍କ ମନ କିଣିଆସୁଛି । ପ୍ରତି ଫିଲ୍ମରେ ରିମେକ୍ସ ଗୀତର ଝଲକ ଦେଖିବାକୁ ମିଳୁଛି । ଯାହା ସୁପରଡୁପର ହିଟ୍ ମଧ୍ୟ ହେଉଛି । ହେଲେ ଇତିମଧ୍ୟରେ ରିମିକ୍ସ ଗୀତ ଉପରେ ପ୍ରତିକ୍ରିୟା ରଖିଛନ୍ତି ଲୋକପ୍ରିୟ ଗାୟକ କୈଳାସ ଖେର।

ସେ ନିକଟରେ ଯୋଗ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ଭାବୁଛି ଯେ ଏହାକୁ ପୁନଃ ନିର୍ମାଣ କରିବା ଏକ ଖରାପ ଧାରଣା ନୁହେଁ କାରଣ ଏକ ପିଢିର ବ୍ୟବଧାନ ଅଛି, କିନ୍ତୁ କେତେ କରିବାକୁ ହେବ ତାହା ଜାଣିବା ଜରୁରୀ । ମନୋରଞ୍ଜନ ନାମରେ, ତୁମେ ଶବ୍ଦ ସୃଷ୍ଟି କରିପାରିବ ନାହିଁ ଯେଉଁଠାରେ ଗୀତଗୁଡ଼ିକ ସ୍ପଷ୍ଟ ନୁହେଁ । ଯଦି ଗୀତଗୁଡ଼ିକ ସ୍ପଷ୍ଟ ନହୁଏ, ତେବେ ସେଗୁଡ଼ିକୁ ପୁନଃ ନିର୍ମାଣ କରିବାର କୌଣସି ଅର୍ଥ ନାହିଁ। ମନୋରଞ୍ଜନ କ୍ଷେତ୍ରରେ ସବୁକିଛି ଠିକ୍ ଭାବରେ କରାଯିବା ଆବଶ୍ୟକ ରହିଥାଏ ।

ହେଲେ ଏବେ କିଛି ଗାୟକ ହିନ୍ଦୀ ଭାଷାରେ ଭିନ୍ନ ଭିନ୍ନ ଭାଷାକୁ ସମ୍ପୃକ୍ତ କରି ଗୀତ ଗାଉଛନ୍ତି । ସେପଟେ ପାଶ୍ଚାତ୍ୟ ଦେଶରେ ହିନ୍ଦୀକୁ ସମ୍ମାନ ଦିଆଯାଏ । ହେଲେ ନିଜ ଦେଶର ଗାୟକ ଏହା ଭୁଲି ଯାଉଛନ୍ତି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.