ମୁମ୍ବାଇ: ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରାୟତଃ ହ୍ୟାକ ହୋଇଯାଏ । ନିକଟରେ ଅନେକ ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ବେଳେ ସୋମବାର ଲୋକପ୍ରିୟ ପ୍ଲେବ୍ୟାକ ଗାୟିକା ଆଶା ଭୋସଲେଙ୍କ ଆକାଉଣ୍ଟ ହ୍ୟାକ୍ ହେବା ଖବର ସାମ୍ନାକୁ ଆସିଥିଲା । ସୋମବାର ସେ ନିଜେ ଜଣାଇଥିଲେ ଯେ ହ୍ୟାକ ହେବାର କିଛି ଘଣ୍ଟା ପରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ରିଷ୍ଟୋର୍ଡ କରାଯାଇଥିଲା ।
-
This is to officially announce that thanks to the prompt response and fabulous support of the Instagram team, my account has been returned to me. Thank you all for your patience 😊
— ashabhosle (@ashabhosle) January 4, 2021 " class="align-text-top noRightClick twitterSection" data="
">This is to officially announce that thanks to the prompt response and fabulous support of the Instagram team, my account has been returned to me. Thank you all for your patience 😊
— ashabhosle (@ashabhosle) January 4, 2021This is to officially announce that thanks to the prompt response and fabulous support of the Instagram team, my account has been returned to me. Thank you all for your patience 😊
— ashabhosle (@ashabhosle) January 4, 2021
87 ବର୍ଷିୟା ଗାୟିକା କହିଛନ୍ତି ଯେ ତାଙ୍କୁ ଏକ ଦୁର୍ଦ୍ଦାନ୍ତ କପିରାଇଟ୍ ଉଲ୍ଲଂଘନ ବାର୍ତ୍ତା ମିଳିଥିଲା ଯାହା ଉପରେ ସେ କ୍ଲିକ୍ କରିବାରୁ ଆକାଉଣ୍ଟ ହ୍ୟାକ୍ ହୋଇଗଲା । ପରେ ସେହି ବାର୍ତ୍ତାର ଏକ ସ୍କ୍ରିନସଟ୍ ଟ୍ବିଟ କରି ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ ଯେ ତାଙ୍କ ପ୍ରୋଫାଇଲରୁ ଆସୁଥିବା କୌଣସି ପୋଷ୍ଟରେ ପ୍ରତିକ୍ରିୟା ନକରିବାକୁ ।
ଏହାର କିଛି ଘଣ୍ଟା ପରେ ଭୋସଲେ ପୁନର୍ବାର ତାଙ୍କ ଆକାଉଣ୍ଟ ଫେରି ପାଇଥିବା ସୂଚନା ଦେଇ ଟ୍ବିଟରେ ଲେଖିଥିଲେ, ‘ଏହା ଆନୁଷ୍ଠାନିକ ଭାବରେ ଘୋଷଣା କରିବାକୁ ହେବ ଯେ ଇନଷ୍ଟାଗ୍ରାମ ଟିମର ତୁରନ୍ତ ପ୍ରତିକ୍ରିୟା ଏବଂ ଚମତ୍କାର ସମର୍ଥନ ଯୋଗୁଁ ମୋର ଆକାଉଣ୍ଟ ମୁଁ ଫେରି ପାଇଛି । ଧୈର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’
ପ୍ରକାଶ ଥାଉକି ନିକଟରେ ଉର୍ମିଲା ମାତୋଣ୍ଡକର, ସୁଜୈନ ଖାନ, ଫରାହ ଖାନ ଓ ବିକ୍ରାନ୍ତ ମୈସୀଙ୍କ ଭଳି ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଥିଲା ।