ETV Bharat / sitara

ଆଦିତ୍ୟଙ୍କ ଘରେ ଡବଲ ସେଲିବ୍ରେଶନ, ବାପାଙ୍କ ଜନ୍ମଦିନରେ କରିବେ ବିବାହ

author img

By

Published : Dec 1, 2020, 10:35 AM IST

ଆଜିଠୁ ବଦଳିବ ଆଦିତ୍ୟଙ୍କ ଜୀବନ । ସରିଯିବ ବ୍ୟାଚଲର ଲାଇଫ । ଆଉ କିଛି ସମୟ ପରେ ଶ୍ବେତାଙ୍କୁ ସାତ ଜନ୍ମର ସାଥୀ କରିବେ ସେ । ଏବେ ସେଲିବ୍ରେଟ କରୁଛନ୍ତି ବାପାଙ୍କ ଜନ୍ମଦିନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ

ମୁମ୍ବାଇ: ଆଜି ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣଙ୍କ ଘରେ ଖୁସିର ଲହରୀ । ଗୋଟିଏ ପଟେ ପିତା ତଥା ଗାୟକ ଉଦିତ ନାରାୟଣଙ୍କ ଆଜି 65ତମ ଜନ୍ମଦିନ ଅନ୍ୟପଟେ ଗାର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ । ଆଉ କିଛି ସମୟରେ ସାତ ଜନ୍ମର ସାଥୀ ସାଜିବେ ଏହି ଯୋଡି । ଏହାପୂର୍ବରୁ ଘରେ ଆରମ୍ଭ ହୋଇଯାଇଛି ସେଲିବ୍ରେଶନ । ଶନିବାର ଆଦିତ୍ୟଙ୍କ ଘରେ ପାଳନ ହୋଇଥିଲା ତିଲକ ସେରିମୋନି । ତେବେ ରବିବାର ଆଦିତ୍ୟଙ୍କ ନାଁରେ ହାତରେ ମେହେନ୍ଦୀ ଲଗାଇଥିଲେ ଶ୍ବେତା ।

ଯାହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଥିରେ ଦେଖିବାକୁ ମିଳୁଛି ଶ୍ବେତା ଅରେଞ୍ଜ ଲେହେଙ୍ଗା ପିନ୍ଧିଥିବା ବେଳେ ଆଦିତ୍ୟ ବ୍ଲୁ ଫ୍ଲୋରା ପ୍ରିଣ୍ଟ ର୍କୁତାରେ ନଜର ଆସୁଛନ୍ତି । ରୋମାଣ୍ଟି ଅନ୍ଦାଜରେ ପରସ୍ପର ସହ ଫଟୋ ଉଠାଇଛନ୍ତି ଏହି ଲଭବାର୍ଡ ।

ସେହିପରି ଆଉ ଏକ ଫଟୋରେ ଭାବି ଶାଶୁ ଶଶୂରଙ୍କ ସହ ଶ୍ବେତା ନଜର ଆସୁଛନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋର କ୍ୟାପସନରେ ଆଦିତ୍ୟ ଲେଖିଥିଲେ, ‘ତୁମ ବିଷୟରେ ଭାବିବା ମୋତେ ଜାଗ୍ରତ ରଖେ । ତୁମର ସ୍ବପ୍ନ ଦେଖିବା ମୋତେ ଶୁଆଇ ଦିଏ । ତୁମ ସହିତ ରହିବା ମୋତେ ବଞ୍ଚାଇ ରଖିଥାଏ ।’

ପ୍ରକାଶ ଥାଉକି କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଦିତ୍ୟ ମୁମ୍ବାଇର ଏକ ମନ୍ଦିରରେ ବିବାହ କରିବେ ଯେଉଁଠାରେ କେବଳ 50 ଜଣ ଅତିଥି ଉପସ୍ଥିତ ରହିବେ । ନିକଟରେ ତାଙ୍କ ବନ୍ଧୁ, ଗାୟିକା ନେହା କକ୍କରଙ୍କ ବିବାହ ଘୋଷଣା କରିବା ପରେ ଆଦିତ୍ୟ ବିବାହ କରିବେ ବୋଲି ଘୋଷଣା କରିଥିଲେ । ଶ୍ବେତା ଓ ଆଦିତ୍ୟ ଏକାଠି ‘ସାପିତ’ରେ ଫିଲ୍ମରେ ଅଭିନୟ କରିଥିଲେ । ଉଭୟ ଗତ 10 ବର୍ଷ ଧରି ରିଲେସନସିପରେ ରହିଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.