ETV Bharat / sitara

ଶିଖ ବିରୋଧୀ ଦଙ୍ଗା କାହାଣୀ ନେଇ ବଲିଉଡ ଫେରିବେ ଦିଲଜିତ - ଦିଲଜିତ ଦୋସାଞ୍ଝଙ୍କ ଆଗାମୀ ଡେବ୍ୟୁ ପ୍ରଯୋଜିତ ଫିଲ୍ମ

ଏକ ବାସ୍ତବ କାହାଣୀ ଯାହା ଦେଶବାସୀଙ୍କ ମନରେ ସୃଷ୍ଟି କରିଥିଲା ଡର । ଯାହାକୁ ନେଇ ଫିଲ୍ମ ନିର୍ମାଣ କରିବେ ଅଲ୍ଲୀ । ଆଉ ମୁଖ୍ୟ ଭୂମିକାରେ ନଜର ଆସିବେ ଦିଲଜିତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jan 2, 2021, 12:51 PM IST

ମୁମ୍ବାଇ: ପପୁଲାର ଆକ୍ଟର ତଥା ସିଙ୍ଗର ଦିଲଜିତ ଦୋସାଞ୍ଝ ନିଜର ପଞ୍ଜାବୀ ଡେବ୍ୟୁ ପ୍ରଡକ୍ସନ ‘ଯୋଡି’ ରିଲିଜକୁ ଅପେକ୍ଷା କରିଛନ୍ତି । ଇତିମଧ୍ୟରେ ତାଙ୍କ ହାତରେ ଲାଗିଛି ବଲିଉଡର ଆଉ ଏକ ଫିଲ୍ମ । ଶୁଣିବାକୁ ମିଳୁଛି ସେ ଖୁବଶୀଘ୍ର ଲୋକପ୍ରିୟ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ସହିତ ବଲିଉଡକୁ ପୁଣି କମବ୍ୟାକ କରିବେ । ହେଲେ ଏହି ଫିଲ୍ମର ନିର୍ଦ୍ଦେଶନା କରିବେନି ଅଲ୍ଲୀ । ସେ ଫିଲ୍ମର କ୍ରିଏଟର ରୂପେ କାମ କରିବା ସ୍ଥିର କରିଛନ୍ତି ।

ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ 1984ରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା କାହାଣୀକୁ ନେଇ ଆଧାରିତ ହେବାକୁ ଯାଉଥିବା ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଦିଲଜିତ । ସେହିପରି ଫିଲ୍ମର ସୁଟିଂ ଏମାସ ଫିଲ୍ମ ସିଟିରେ ଆରମ୍ଭ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ପ୍ରକାଶ ଥାଉକି ଅଲ୍ଲୀ ଦୀର୍ଘ ସମୟରୁ ଏହି ଲୋମହର୍ଷଣକାରୀ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ସ୍ଥିର କରିଆସୁଛନ୍ତି । ଆଉ ନୂଆ ବର୍ଷରେ ଫିଲ୍ମକୁ ନେଇ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଫିଲ୍ମ ସେଟଠୁ ନେଇ ସ୍କ୍ରିପ୍ଟ ଉପରେ ସେ କଡାକଡି ଧ୍ୟାନ ଦେବାକୁ ଚାହୁଛନ୍ତି । କାରଣ ଫିଲ୍ମର ଏହି ଦମଦାର କାହାଣୀ ପାଇଁ ସେ 80 ଦଶକର ପୃଷ୍ଠଭୂମି ସୃଷ୍ଟି କରିବେ । ଯାହା ଦର୍ଶକଙ୍କୁ ବାସ୍ତବ ଲାଗିବ ।

ଯଦି ଦିଲଜିତଙ୍କ କଥା ହେବା ତାହାଲେ ସେ ପ୍ରଯୋଜନାରେ ପଦାର୍ପଣ କରିବାକୁ ଯାଉଛନ୍ତି । ତାଙ୍କ ପ୍ରଯୋଜିତ ଡେବ୍ୟୁ ଫିଲ୍ମ ଯୋଡିଙ୍କୁ ନେଇ ଚର୍ଚ୍ଚା । ଏହା ଏକ ପିରିୟଡ ଡ୍ରାମା ଫିଲ୍ମ । ଯାହାର କାହାଣୀ ଏବଂ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଅମ୍ବରଦୀପ ସିଂ । ଏହାବ୍ୟତୀତ ନିକଟରେ ରିଲିଜ ହୋଇଥିଲା ଦିଲଜିତଙ୍କ ଅଭିନୀତ କମେଡି ଡ୍ରାମା ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.