ମୁମ୍ବାଇ: ବହୁ ଚର୍ଚ୍ଚିତ ଫିଲ୍ମ ‘RRR’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛି । ‘ବାହୁବଳୀ’ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ସାଉଥର ଲୋକପ୍ରିୟ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଯିବେ । ହେଲେ ରିଲିଜ ପୂର୍ବରୁ ଫିଲ୍ମ ଆୟ କରିଛି କୋଟି କୋଟି ଟଙ୍କା ।
କଥାଟି ହେଲା ଯେ ରିଲିଜ ପୂର୍ବରୁ ଉତ୍ତର ଭାରତର ଥିଏଟ୍ରିକାଲ ରାଇଟ୍ସ, ସ୍ୟାଟେଲାଇଟ, ମ୍ୟୁଜିକ ଏବଂ 'RRR' ର ଡିଜିଟାଲ ରାଇଟ୍ସ ଫେମସ ଷ୍ଟୁଡିଓ ପେନ୍ ଇଣ୍ଡିଆ ଲିମିଟେଡକୁ ବିକ୍ରି କରାଯାଇଛି । ଯାହା ପାଇଁ ମେକର୍ସଙ୍କୁ ମିଳିଛି ମୋଟା ଅଙ୍କ ।
‘ବାହୁବଳୀ’ ସଫଳତା ପରେ ଏସଏସ୍ ରାଜାମୌଲିଙ୍କ ଏହି ଫିଲ୍ମ ଚଳିତ ବର୍ଷର ସବୁଠାରୁ ବଡ ଫିଲ୍ମ ଭାବରେ ପରିଚିତ କରାଯାଇଛି । ଏହି କାଳ୍ପନିକ କାହାଣୀରେ ରାମ ଚରଣ ଏବଂ ଜୁନିଅର ଏନଟିଆର ସ୍ବାଧୀନ ସଂଗ୍ରାମୀ ଅଲୁରୀ ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ ଆଇକନିକ ଭୂମିକାରେ ନଜର ଆସିବେ ।