ETV Bharat / sitara

ଆରପାରିରେ ସିନେମାଟୋଗ୍ରାଫର ଈଶ୍ବର - ‘ଅନ୍ଦାଜ ଅପନା ଅପନା’ରେ ସିନେମାଟ୍ରୋଗ୍ରାଫି କରିଥିବା ଈଶ୍ବରଙ୍କ ଦେହାନ୍ତ

ସଲମାନ ଓ ଆମୀରଙ୍କ ଚର୍ଚ୍ଚିତ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ରେ ସିନେମାଟ୍ରୋଗ୍ରାଫି କରିଥିବା ଈଶ୍ବରଙ୍କ ଦେହାନ୍ତ । ହୃଦଘାତରେ ଚାଲିଯାଇଛି ତାଙ୍କ ଜୀବନ ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Dec 28, 2020, 10:35 AM IST

ମୁମ୍ବାଇ: ସିନେମା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କାରଣ ବରିଷ୍ଠ ସିନେମାଟୋଗ୍ରାଫର ଈଶ୍ବର ବିଦରିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳେ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । ଈଶ୍ବରଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି । ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସୂଚନା ଅନୁଯାୟୀ ଈଶ୍ବର ଏକ ମ୍ୟାରେଜ ଫଙ୍କ୍‌ସନ ଯୋଗଦେବା ପାଇଁ ବେଲଗାମ୍ ଯାଇଥିଲେ ଆଉ ସେଠାରେ ହଠାତ୍ ହୃଦଘାତରେ ପୀଡିତ ହୋଇଥିଲେ । ଏହା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଅନେକ ହିଟ୍ ଫିଲ୍ମରେ ସେ ସିନେମାଟୋଗ୍ରାଫି କରିଥିଲେ । ଏହି ଫିଲ୍ମ ମଧ୍ୟରେ ସାମିଲ ଅଛି ସଲମାନ ଖାନ ଏବଂ ଆମୀର ଖାନଙ୍କ ‘ଅନ୍ଦାଜ ଅପନା ଅପନା’ ଭଳି ଫିଲ୍ମ ।

ଏହାବ୍ୟତୀତ ‘ଗୁଲାମୀ’, ‘ୟତୀମ’, ‘ବଟୱାରା’, ‘ହଥିୟାରା’, ‘ବଂଶ’, ‘ଅଙ୍ଗାର’, ‘ଦାମିନୀ’, ‘ଘାତକ’, ‘ବର୍ଡର’, ‘ଫର୍ଜ’ ଭଳି ଫିଲ୍ମରେ ସେ ସିନେମୋଟୋଗ୍ରାଫି କରିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.