ମୁମ୍ବାଇ: 2020 ବର୍ଷ ପ୍ରାୟ ଶେଷ ହେବାକୁ ଯାଉଛି । ନୂଆ ବର୍ଷର ଆଗମନ ସହିତ ଶୀଘ୍ର ଭଲ ସମୟ ଆସିବାକୁ ସମସ୍ତେ ଆଶା କରୁଛନ୍ତି । ଚଳିତ ବର୍ଷ ମାନବଜାତି ଦେଖିଥିବା ସବୁଠାରୁ କଠିନ ସମୟ ବୋଲି ଭାବିବା ଭୁଲ୍ ହେବ ନାହିଁ । କୋରୋନା ମହାମାରୀ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି ଏବଂ ସମସ୍ତେ ସମାନ ଭାବରେ ଏହା ସହ ଏଯାବତ ଲଢୁଛନ୍ତି । 2020 ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଏକ ଭଲ ବୋଲି ପ୍ରମାଣିତ ହୋଇନାହିଁ ।
କୋରୋନା ଭାଇରସ ସଙ୍କଟ ବ୍ୟତୀତ ଦେଶବାସୀ ସୁଶାନ୍ତ ସିଂ ରାଜପୁତ, ଇରଫାନ ଖାନ, ଋଷି କପୁର, ସରୋଜ ଖାନ ଏବଂ ଅନ୍ୟାନ୍ୟ ବହୁ ମୂଲ୍ୟବାନ ରତ୍ନ ହରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବି-ଟାଉନର ଖିଲଜି ରଣବୀର ସିଂ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ସକରାତ୍ମକ କଥା ଜଣାଇଛନ୍ତି । ସେ ଏହାକୁ ଏକ ଉତ୍ସବର ମାସ ବୋଲି କହି ଟୋଷ୍ଟ ମଧ୍ୟ କରିଛନ୍ତି ।
ଆଉ କ୍ୟାପସନରେ ଲେଖିଛନ୍ତି, ‘ହୁଏତଃ ଏହି ମାସ ଆନନ୍ଦ ଏବଂ ସମୃଦ୍ଧି ଆଣିବ ।’ ସେହିପରି ଫଟୋରେ ଦେଖିବାକୁ ମିଳୁଛି ମୁଣ୍ଡରେ କ୍ୟାପ ଲଗାଇ ସେ ହାତରେ ୱାଇନ ଗ୍ଲାସ ଧରି ଟୋଷ୍ଟ କରୁଥିବାର ।
ପ୍ରକାଶ ଥାଉକି ସେ ଖୁବଶୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନେଇ ଫେରିବେ । ନିର୍ଦ୍ଦେଶକ କବୀର ଖାନଙ୍କ ଏହି ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରୁଛନ୍ତି । କ୍ରିକେଟ ଲିଜେଣ୍ଡ କପିଲ ଦେବଙ୍କ ଜୀବନ କାହାଣୀକୁ ନେଇ ଆଧାରିତ ଫିଲ୍ମ । ଯେଉଁଥିରେ 1983ରେ ଭାରତୀୟ କ୍ରିକେଟ ଟିମ ପ୍ରଥମ ବିଶ୍ବକପ୍ ଜିତିବା କାହାଣୀ ଦେଖିବେ ସମସ୍ତେ ।