ETV Bharat / sitara

କଙ୍ଗନାଙ୍କୁ ‘ୱାଇ ପ୍ଲସ’ ସୁରକ୍ଷା ଉପରେ ଆଶ୍ଚର୍ଯ୍ୟକର ବୟାନ ଦେଲେ ସ୍ବରା

author img

By

Published : Sep 8, 2020, 3:07 PM IST

ପୁଣି ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ସ୍ବରା ଭାସ୍କର । ଏଥର ସେ କଙ୍ଗନାଙ୍କୁ ମିଳିବାକୁ ଯାଉଥିବା ୱାଇ ପ୍ଲସ ସୁରକ୍ଷା ଉପରେ ନିଜ ମନ କଥା କହିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କଣ୍ଟ୍ରୋର୍ଭସି କୁଇନ କଙ୍ଗନା ରଣାୱତଙ୍କ ଡ୍ରାମ ଶେଷ ହେବାର ନାଁ ନେଉନାହିଁ । ଶିବସେନା ନେତାଙ୍କ ସହ ମୁହାଁମୁହିଁ ହୋଇ ବର୍ତ୍ତମାନ ଚର୍ଚ୍ଚାରେ ସେ । ମଙ୍ଗଳବାର ସେ ମୁମ୍ବାଇ ଯାତ୍ରା କରୁଛନ୍ତି । ସେହିପରି ତାଙ୍କ ବିବାଦକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାରଙ୍କ ପରେ କେନ୍ଦ୍ର ତରଫରୁ ମୁମ୍ବାଇରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା କରାଯାଇଥିଲା । ଏହି ଘୋଷଣା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କ ଅନୁଯାୟୀ ଯେଉଁ ମଣିଷ ମୁମ୍ବାଇର ଆତ୍ମସମ୍ମାନକୁ ଅପମାନ କରୁଛନ୍ତି ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଉଛି । ଯାହା ଠିକ୍ କଥା ନୁହେଁ । ଅନୀଲଙ୍କ ବ୍ୟତୀତ ଏବେ କଙ୍ଗନାଙ୍କ ୱାଇ ପ୍ଲସ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଫେମସ ଅଭିନେତ୍ରୀ ସ୍ବରା ଭାସ୍କର ।

  • :) :) :) Thank uuuuu Nazma but no.. I’d rather that taxpayers money be used for real issues.. like development.. or malnutrition. 🙏🏽🙏🏽🤓🤓 https://t.co/FydU9rh56U

    — Swara Bhasker (@ReallySwara) September 7, 2020 " class="align-text-top noRightClick twitterSection" data=" ">

ଜଣେ ଟ୍ବିଟର ୟୁଜରଙ୍କ ଟ୍ବିଟରେ ପ୍ରତିକ୍ରିୟା ଦେଇଛନ୍ତି ସ୍ବରା । ସେହି ୟୁଜର ଜଣଙ୍କ ଲେଖିଥିଲେ, ‘ଯଦି କୌଣସି ଅଭିନେତ୍ରୀଙ୍କୁ ୱାଇ ପ୍ଲସ ସୁରକ୍ଷା ଆବଶ୍ୟକ ଅଛି ତେବେ ସେ ସ୍ବରା ଭାସ୍କର । ଯାହାଙ୍କୁ ସବୁବେଳେ ଅଶ୍ଲୀଳ ଗାଳିଗୁଲଜ ସହ ଧମକ ମିଳୁଛି । ବିଜେପି ଲୋକ ମଧ୍ୟ ତାଙ୍କୁ ଅପମାନ କରୁଛନ୍ତି । ହେଲେ ଆଦର୍ଶ ଗୁରୁତ୍ବପୂର୍ଣ୍ଣ ।’

  • If any actress deserves Y security than it would be Swara Bhaskar, who receives the vilest and most vulgar threats on her timeline on a regular basis. Even verified BJP trolls don't desist from making vulgar comments on her. But then ideology matters!

    — Imma bounce🏃🏻 (@nazmaaman) September 7, 2020 " class="align-text-top noRightClick twitterSection" data=" ">

ୟୁଜରଙ୍କ ଏହି ଟ୍ବିଟରେ ପ୍ରତିକ୍ରିୟା ଦେଇ ସ୍ବରା ଲେଖିଛନ୍ତି, ‘ଧନ୍ୟବାଦ ନଜମା । ଟିକସଦାତାଙ୍କ ଟଙ୍କା ପ୍ରକୃତ ସମସ୍ୟା ପାଇଁ ବ୍ୟବହୃତ ହୁଏ, ବିକାଶ ପାଇଁ କିମ୍ବା ପୁଷ୍ଟିହୀନତା ପାଇଁ ।’ ପ୍ରକାଶ ଥାଉକି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡ ଓ ସେଲିବ୍ରିଟିଙ୍କ ଉପରେ ଟାର୍ଗେଟ କରିଆସୁଥିବା କଙ୍ଗନା ନିକଟରେ ସ୍ବରାଙ୍କୁ ବିଗ୍ରେଡ ଅଭିନେତ୍ରୀ କହିଥିଲେ । ଆଉ ବଲିଉଡ ବଡ ବଡ ସେଲିବ୍ରିଟିଙ୍କ ଚାମଚା ମଧ୍ୟ କହି ଅପମାନ କରିଥିଲେ । ସ୍ବରା ମଧ୍ୟ ଟ୍ବିଟ କରି ତାଙ୍କୁ ଏହାର କଡା ଜବାବ ଦେଇ ଚର୍ଚ୍ଚାରେ ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.