ETV Bharat / sports

U19 ଟି20 ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ, ପୂଜା ଯାଦବଙ୍କ ନେତୃତ୍ବରେ ଖେଳିବ ଦଳ - Womens U19 T20 Trophy

author img

By ETV Bharat Sports Team

Published : 2 hours ago

Womens U19 T20 Trophy : ବିସିସିଆଇ ଘରୋଇ ସିଜିନ ଅଣ୍ଡର-19 ମହିଳା ଟି20 ଟ୍ରଫି ପାଇଁ ଘୋଷଣା ହେଲା 15 ଜଣିଆ ଓଡିଶା ଦଳ । ଦେଖନ୍ତୁ କେମିତି ରହିଛି ଟିମ୍‌,

OCA Press Meet
OCA Press Meet (ETV Bharat Odisha)

କଟକ: ଘୋଷଣା ହେଲା 19 ବର୍ଷରୁ କମ ଓଡିଶା ମହିଳା ଦଳ । ବିସିସିଆଇ ଘରୋଇ ସିଜିନ 2024-25 ଅଧିନରେ ଅଣ୍ଡର-19 ମହିଳା ଟି20 ଟ୍ରଫି ପାଇଁ ଘୋଷଣା ହୋଇଛି 15 ଜଣିଆ ଓଡିଶା ଦଳ । ଆସନ୍ତା ଅକ୍ଟୋବର 1 ତାରିଖରୁ ନାଗପୁରରେ ଏହାର ଅଭିଯାନ କରିବ ଓଡିଶା ଟିମ । ପ୍ରଥମ ମ୍ୟାଚ୍‌ରେ ମଣିପୁରକୁ ଭେଟିବ ଓଡିଶା । ଏହି ପ୍ରତିଯୋଗିତାରେ ମୋଟ 5ଟି ମ୍ୟାଚ୍‌ ଖେଳିବ ଟିମ ଓଡିଶା । ତେବେ ପ୍ରଦର୍ଶନ ଅନୁଯାୟୀ ଟିମ୍‌ ଚୟନ ହୋଇଥିବାରୁ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡ଼ିଶା କ୍ରିକେଟ ସଂଘ ।

OCA Press Meet (ETV Bharat Odisha)

ଭଲ ଖେଳିବ ଓଡ଼ିଶା :-

ବିସିସିଆଇ ଅଣ୍ଡର 19 ମହିଳା ଟି20 ଟ୍ରଫି ପାଇଁ ଚୟନ ହୋଇଥିବା ଓଡ଼ିଶା ଟିମ ଉପରେ ନଜର ପକାଇଲେ, ପୂଜା ଯାଦବଙ୍କ କାନ୍ଧରେ ଅଧିନାୟକ ଭାର ରଖିଛି ଓସିଏ । ପ୍ରାର୍ଥନା ପ୍ରତିଶୃତି, ପ୍ରିୟଙ୍କରୀ ମୁଦୁଲି, ଅନନ୍ୟା ମିଶ୍ର, ମିତାଲି ଶର୍ମାଙ୍କ ଭଳି ଦକ୍ଷ ଖେଳାଳି ଟିମରେ ସ୍ଥାନ ପାଇଛନ୍ତି । ମହିଳା ଚୟନ କମିଟି ଅଧ୍ୟକ୍ଷା ରଶ୍ମିତା ମହାନ୍ତି କହିଛନ୍ତି, "ଦଳରେ ମିଶ୍ରଣ ଭଲ ଅଛି । ଝୁଲି ବେହେରା, ଅର୍ଚ୍ଚନା ରାଉତ ଓ ଅନନ୍ୟା ବେହେରାଙ୍କ ଭଳି ଖେଳାଳିଙ୍କୁ ଆମେ ପ୍ରଥମ ଥର ସୁଯୋଗ ଦେଇଛୁ । ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ।" 19 ବର୍ଷରୁ କମ ମହିଳା ଦଳର ପ୍ରଶିକ୍ଷିକା ସ୍ବାଗତିକା ରଥ କହିଛନ୍ତି, "ଏହି ଟିମ ଚୟନ କରିବା ପାଇଁ ଓସିଏ ପକ୍ଷରୁ କ୍ୟାମ୍ପ ଆୟୋଜନ କରାଯାଇଥିଲା । ହାଇଦ୍ରାବାଦରେ ଅନେକ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳାଯାଇଛି । ପ୍ରଦର୍ଶନ ଆଧାରରେ ହିଁ ଏହି ଦଳ ଚୟନ ହୋଇଛି ।" ତେଣୁ ଏହି ପ୍ରତିଯୋଗିତାରେ ଓଡ଼ିଶା ଭଲ ପଦର୍ଶନ କରିବ ବୋଲି କହିଛନ୍ତି ଚୟନ କମିଟି ଅଧ୍ଯକ୍ଷା ଓ କୋଚ ।

ଏମିତି ରହିଛି ଓଡ଼ିଶାର କ୍ରୀଡ଼ାସୂଚୀ :-

ଭେନ୍ୟୁ :- ନାଗପୁର

1 ତାରିଖ - ଓଡ଼ିଶା ବନାମ ମଣିପୁର

2 ତାରିଖ - ଓଡ଼ିଶା ବନାମ ହରିୟାଣା

4 ତାରିଖ - ଓଡ଼ିଶା ବନାମ ମହାରାଷ୍ଟ୍ର

6 ତାରିଖ - ଓଡ଼ିଶା ବନାମ ଆସାମ

8 ତାରିଖ - ଓଡ଼ିଶା ବନାମ ଦିଲ୍ଲୀ

ଅଣ୍ଡର 19 ମହିଳା ଟି20 ଟ୍ରଫି (ବିସିସିଆଇ ଘରୋଇ) ପାଇଁ ଓଡ଼ିଶା ଦଳ :-

ପୂଜା ଯାଦବ (ଅଧିନାୟିକା), ବିଜୟଲକ୍ଷ୍ମୀ ବେହେରା, ପ୍ରାର୍ଥନା ପ୍ରତିଶ୍ରୁତି, ପ୍ରିୟଙ୍କରୀ ମୁଦୁଲି, ଅନନ୍ୟା ମିଶ୍ର, ଅର୍ଚ୍ଚନା ରାଉତ, ମିତାଲି ଶର୍ମା, ସାଇ କୃପା (ୱିକେଟ କିପର), ଶୁଭଲକ୍ଷ୍ମୀ ସିଂହ (ୱିକେଟ କିପର), ଅନନ୍ୟା ବେହେରା, ଏସ୍‌ବି ଲୋରେନ୍ସ, ଏମ୍‌ଏସ୍‌ ଶୁଭଶ୍ରୀ ପ୍ରାମାଣିକ, ନମିତା ସେଠୀ, ଅନନ୍ୟା ରାଉତ, ଝୁଲି ବେହେରା

ଏହା ମଧ୍ୟ ପଢ଼ନ୍ତୁ :-

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.