ETV Bharat / sitara

ନିଜକୁ ଦକ୍ଷ ଅଭିନେତ୍ରୀ କହିଲେ କୁଇନ, ହସିଲେ ସ୍ବରା

author img

By

Published : Feb 10, 2021, 8:48 AM IST

କଙ୍ଗନା ଏଥର ଚାଷୀ ଆନ୍ଦୋଳନରେ ନୁହେଁ ବରଂ ନିଜକୁ ସବୁଠୁ ଦକ୍ଷ ଅଭିନେତ୍ରୀ କହି ଚର୍ଚ୍ଚାରେ । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ସ୍ବରା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କଙ୍ଗନା ରଣାୱତ ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଲାଇମଲାଇଟ୍‌ରେ ରୁହନ୍ତି । ଗତ ବର୍ଷରୁ ସେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନର ବିରୋଧ କରିଆସୁଛନ୍ତି । ଆଉ ଏହାକୁ ସମର୍ଥନ କରୁଥିବା ସେଲିବ୍ରିଟିଙ୍କୁ କଡା ଜବାବ ଦେବାରେ ଲାଗିଛନ୍ତି । ଇତିମଧ୍ୟରେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ସେ ଟ୍ବିଟରେ ଏମିତି ଏକ କଥା କହିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କର ମଜା ଉଡାଉଛନ୍ତି ୟୁଜର୍ସ । ସେପଟେ ସବୁବେଳେ ତାଙ୍କ ସହ ମୁହାଁମୁହିଁ ହେଉଥିବା ଅଭିନେତ୍ରା ସ୍ବରା ଭାସ୍କର ମଧ୍ୟ ଏହି ମଜାରେ ସାମିଲ ଅଛନ୍ତି ।

ତେବେ କଥାଟି ହେଲା ଯେ ମଙ୍ଗଳବାର ଏକ ପୋଷ୍ଟରେ କଙ୍ଗନା ଲେଖିଥିଲେ, ‘ମୁଁ ଜଣେ ଅଭିନେତ୍ରୀ ଭାବରେ ଯେଉଁ ପ୍ରକାରର ରେଞ୍ଜ ପ୍ରଦର୍ଶନ କରେ, ଏହି ଗ୍ଲୋବାଲରେ ଅନ୍ୟ କୌଣସି ଅଭିନେତ୍ରୀ ପାଖରେ ଏହି ଦକ୍ଷ ବର୍ତ୍ତମାନ ନାହିଁ ।’

ଏହାସହ ସେ ନିଜକୁ ଚର୍ଚ୍ଚିତ ଅଭିନେତ୍ରୀ ମେରିଲ୍ ଷ୍ଟ୍ରିପ୍ ଏବଂ ଗାଲ୍ ଗାଡୋଟ୍ ସହିତ ତୁଳନା କରୁଥିବା ଦେଖିବାକୁ ମିଳିଥିଲା ​​। ସେ କହିଛନ୍ତି ଯେ ଓସ୍କାର ବିଜେତା ଅଭିନେତ୍ରୀ ମେରିଲ ଷ୍ଟ୍ରିପଙ୍କ ପରି ଦୃଢ ପ୍ରତିଭା ଏବଂ ଅଭିନେତ୍ରୀ ଗାଲ ଗାଡୋଟଙ୍କ ପରି କୁଶଳୀ ଆକ୍ସନ୍ ଦକ୍ଷତା ଏବଂ ଗ୍ଲାମର ତାଙ୍କ ପାଖରେ ଭରପୁର ଅଛି ।

ତାଙ୍କ ଏହି କଥାକୁ ଆଧାର କରି ୟଜର୍ସ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଦାଦି ମୋ ନଜରରେ ଆଉ ଜଣେ ଅଭିନେତ୍ରୀ ଅଛନ୍ତି । ସେ ହେଲେ ସ୍ବରା, କିନ୍ତୁ ସେ ଏହି ପୃଥିବୀରେ ଅଛନ୍ତି । ଆଉ ତୁମ ପରି ଅଭିନେତ୍ରୀ ମାର୍ସରେ ମଧ୍ୟ ନାହାଁନ୍ତି ।’ ସେପଟେ ସ୍ବରା ଏହି କମେଣ୍ଟ ଉପରେ ପ୍ରତିକ୍ରିୟା ଦେଇ ଆଖିରେ ହାତ ଦେଇଥିବା ଇମୋଜି ସହ ନମସ୍କାର ଇମୋଜି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.