ETV Bharat / sitara

ବିକ୍କୀଙ୍କ ସହ କାମ କରିବାକୁ ବ୍ୟାକୁଳ ସାରା, ମେକର୍ସଙ୍କୁ କରୁଛନ୍ତି ଅନୁରୋଧ

author img

By

Published : Nov 27, 2020, 3:36 PM IST

ଅନେକ ଫିଲ୍ମରେ ବ୍ୟସ୍ତ ଥିବା ସାରା ବର୍ତ୍ତମାନ ବିକ୍କୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ଯାହାପାଇଁ ସେ ନିର୍ଦ୍ଦେଶକ ଆଦିତ୍ୟଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କିଛି ଦିନରୁ ଚର୍ଚ୍ଚା ଜୋର ଧରିଛି ଯେ ଅଭିନେତା ବିକ୍କୀ କୌଶଲ ଓ ନିର୍ଦ୍ଦେକ ଆଦିତ୍ୟ ଧରଙ୍କ ଆଗାମୀ ଫିଲ୍ମ ‘ଇମୋର୍ଟାଲ ଅଶ୍ବଥାମା’ ଖୁବଶୀଘ୍ର ଆସିବ । ଯାହାର ଅପଡେଟ ନ୍ୟୁଜ ଶୁଣିବାକୁ ଅନାଇ ବସିଛନ୍ତି ସମସ୍ତେ । ଏହି ଯୋଡି ପୂର୍ବରୁ ସୁପରଡୁପର ହିଟ୍ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ବଲିଉଡକୁ ଦେଇସାରିଛନ୍ତି । କିଛି ଦିନ ପୂର୍ବରୁ ଏହି ଯୋଡି ନିଜର ଆଗାମୀ ଫିଲ୍ମ ବିଷୟରେ ଘୋଷଣା କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲେ । ମୁଖ୍ୟ କଥା ହେଲା ଯେ ବିକ୍କୀଙ୍କ ନୂଆ ଅବତାର ଫିଲ୍ମରେ ଦେଖିବାକୁ ମିଳିବ, ଯାହା ସେ ପୂର୍ବରୁ କେବେ କରିନାହାଁନ୍ତି । ଇତିମଧ୍ୟରେ ଫିଲ୍ମରେ ହିରୋଇନ ସାଜିବାକୁ ଯାଉଛନ୍ତି ସାରା ଅଲ୍ଲୀ ଖାନ ବୋଲି ଚର୍ଚ୍ଚା ।

ଆଜ୍ଞା ହଁ, ସାରା ବର୍ତ୍ତମାନ ‘ଇମୋର୍ଟାଲ ଅଶ୍ବଥାମା’ରେ ସାମିଲ ହେବାକୁ ମେକର୍ସଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି । ବିକ୍କୀ ତାଙ୍କ ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସାରା ଆସନ୍ତା କିଛି ଦିନ ମଧ୍ୟରେ ଫିଲ୍ମରେ ସାଇନ୍ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏବେ ସାରା ଏ ଫିଲ୍ମରେ ଅଭିନୟ କରିବେ କି ନାହିଁ ତାହା ମେକର୍ସଙ୍କ ଆଗାମୀ ଘୋଷଣା ପରେ ଜଣା ପଡିବ ।

ପ୍ରକାଶ ଥାଉକି ପୌରାଣିକ ପୃଷ୍ଠଭୂମି ଉପରେ ଆଧାରିତ ହେବ ‘ଇମୋର୍ଟାଲ ଅଶ୍ବଥାମା’ । ଭାରତ ତଥା ବିଦେଶର ଗ୍ରୀସ୍, ନ୍ୟୁଜିଲ୍ୟାଣ୍ଡ, ଜାପାନ ଭଳି ଦେଶରେ 80-90 ଦିନର ବ୍ୟବଧାନରେ ଫିଲ୍ମର ସୁଟିଂ କରାଯିବ । ସେହିପରି ଅନେକ ଭିଜୁଆଲ୍ ଇଫେକ୍ଟ ଫିଲ୍ମରେ ସାମିଲ କରିବା ପାଇଁ ଆଦିତ୍ୟ ପାଶ୍ଚାତ୍ୟର ଷ୍ଟୁଡିଓ ସହିତ ଯୋଗାଯୋଗ କରୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.