ETV Bharat / sitara

ସୁଇମିଂ ପୁଲରେ ସ୍ବାମୀଙ୍କ ସହ ୱାର୍କଆଉଟ କଲେ ନେହା, ଭିଡିଓ ଭାଇରାଲ

author img

By

Published : Mar 13, 2021, 12:37 PM IST

ପୁଣି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ନେହା । ଏଥର ସେ ସ୍ବାମୀଙ୍କ ସହ ୱାର୍କଆଉଟ ନାଁରେ କରୁଛନ୍ତି ମସ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା ଧୂପିୟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା ଧୂପିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ହୋଷ୍ଟ ନେହା ଧୂପିୟା ଓ ତାଙ୍କ ସ୍ବାମୀ ଅଙ୍ଗଦ ବେଦି ଫିଲ୍ମ ଦୁନିଆର ପାୱାର କପଲ ମଧ୍ୟରେ ଅନ୍ୟତମ । ସୋସିଆଲ ମିଡିଆରେ ପ୍ରାୟତଃ ଦୁଇଜଣଙ୍କ ବଣ୍ଡିଂ ଦେଖିବାକୁ ମିଳେ । ସେପଟେ ଫ୍ୟାନ୍ସ ମଧ୍ୟ ଦୁଇଜଣଙ୍କ ମସ୍ତିଭରା ଅନ୍ଦାଜ ଦେଖିବାକୁ ସବୁବେଳେ ଅନେଇ ବସିନ୍ତି । ଇତିମଧ୍ୟରେ ପୁଣି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିଛନ୍ତି ଯୋଡି । ଏକଥା ତ ସମସ୍ତଙ୍କୁ ଜଣା ଏହି ଯୋଡି ଫିଟନେସ୍ ଫ୍ରେକ୍ ବୋଲି । ନିୟମିତ ରୂପେ ୱାର୍କଆଉଟ ମଧ୍ୟ କରନ୍ତି ।

ଆଉ ଏଥର ମଧ୍ୟ ସେୟାର କରିଛନ୍ତି ୱାର୍କଆଉଟ ଭିଡିଓ । ଅଙ୍ଗଦଙ୍କ ସହ ସୁଇମିଂ ପୁଲରେ ‘ଡୋଣ୍ଟ୍ ରଶ୍’ ଗୀତରେ ୱାର୍କଆଉଟ କରୁଛନ୍ତି ନେହା । ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଡୋଣ୍ଟ୍ ରଶ୍ । ୱାର୍କଆଉଟ ୱିଥ୍ ମାଇଁ ମ୍ୟାନ।’

ପ୍ରକାଶ ଥାଉକି ନେହା ସବୁବେଳେ ନିଜ ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି । ଏହାବ୍ୟତୀତ ନେହାଙ୍କ ନାମ ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ନିଆଯାଏ, ଯେଉଁମାନେ ନିଜ ବିନ୍ଦାସ ଅନ୍ଦାଜ ପାଇଁ ଚର୍ଚ୍ଚିତ । ଯଦି ତାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ ସେ ଏହି ସମୟରେ ‘ଏ ଥର୍ସଡେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାର ସୂଚନା ସେ ନିକଟରେ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.