ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ କେସରେ ବି-ଟାଉନର କୁଇନ କଙ୍ଗନା ରଣାୱତ ଲଗାତାର ନିଜର ପ୍ରତିକ୍ରିୟା ଦେଇଆସୁଛନ୍ତି । ସେପଟେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ଏହି କେସରେ ବାରମ୍ବାର ଆସୁଛି । କିଛି ଦିନ ହେବ ରିଆଙ୍କ ହ୍ବାଟ୍ସଅପ ଚାଟ ଭାଇରାଲ ହେଉଛି । ଯେଉଁଥିରେ ସେ ଡ୍ରଗ୍ସ ଡିଲିଂ କରୁଥିବା କିଛି ଲୋକଙ୍କ ସହ ସମ୍ପୃକ୍ତ ଥିବାର ଜଣାପୁଡିଛି । ଏହାବ୍ୟତୀତ ସେ ନିଜ ବୟାନରେ ମଧ୍ୟ କହିଥିଲେ କି ସୁଶାନ୍ତ ତାଙ୍କ ସହ ସାକ୍ଷାତ କରିବା ପୂର୍ବରୁ ଡିପ୍ରେସନର ଶିକାର ହୋଇସାରିଥିଲେ । ଏହି ବୟାନକୁ ଆଧାର କରି କଙ୍ଗନା ଏବେ ରିଆଙ୍କୁ କଡା ଜବାବ ଦେଉଛନ୍ତି।
ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ରିଆଙ୍କୁ ଡେଟ କରିବା ପୂର୍ବରୁ ସୁଶାନ୍ତଙ୍କ କୌଣସି ମାନସିକ ରୋଗରେ ଆକ୍ରାନ୍ତ ନଥିଲେ କିମ୍ବା ତାଙ୍କ ମାନସିକ ରୋଗର ଇତିହାସ ମଧ୍ୟ ନାହିଁ । ତାଙ୍କୁ ଚିନ୍ତାରେ ପକାଇବା ଷଡଯନ୍ତ୍ର ୟୁରୋପ ଟ୍ରିପରେ କରାଯାଇଥିଲା ।’
-
Fact #Sushant had no history of mental illness before dating Rhea last year, this mental illness plot point was introduced in a goth hotel post genius plot twist of air sickness on a trip to Europe, who is the lame script writer? https://t.co/v2gu3BmEWk
— Kangana Ranaut (@KanganaTeam) August 27, 2020 " class="align-text-top noRightClick twitterSection" data="
">Fact #Sushant had no history of mental illness before dating Rhea last year, this mental illness plot point was introduced in a goth hotel post genius plot twist of air sickness on a trip to Europe, who is the lame script writer? https://t.co/v2gu3BmEWk
— Kangana Ranaut (@KanganaTeam) August 27, 2020Fact #Sushant had no history of mental illness before dating Rhea last year, this mental illness plot point was introduced in a goth hotel post genius plot twist of air sickness on a trip to Europe, who is the lame script writer? https://t.co/v2gu3BmEWk
— Kangana Ranaut (@KanganaTeam) August 27, 2020
ପ୍ରକାଶ ଥାଉକି ସୁଶାନ୍ତଙ୍କ କେସରେ ଡ୍ରଗ କନେକ୍ସନ କଥା ସାମ୍ନାକୁ ଆସିବା ପରେ କଙ୍ଗନା ବଲିଉଡକୁ ନେଇ ଏକ ଟ୍ବିଟରେ ଖୁଲାସା କରିଥିଲେ, ‘ଯଦି ବଲିଉଡରେ ନାରକୋଟିକ୍ସ ଟେଷ୍ଟ କରାଯିବ, ତେବେ ଅନେକ ସେଲିବ୍ରିଟି ଜେଲ ନିହାତି ଯିବେ । ଅଧିକାଂଶ ଏଥିରେ ‘ଏ’ ଲେଟର ସେଲିବ୍ରିଟି ସାମିଲ ଅଛନ୍ତି ।’