ମୁମ୍ବାଇ: କିଛି ଦିନ ହେବ ବଲିଉଡ କୁଇନରୁ ବିବାଦୀୟ କୁଇନ ସାଜିଥିବା କଙ୍ଗନା ରଣାୱତ ଚୁପ ରହିବାର ନାଁ ନେଉନାହାଁନ୍ତି । ବିଏମସି ଦ୍ବାରା ବୁଧବାର ତାଙ୍କ ମଣିକର୍ଣ୍ଣିକା ଅଫିସ ଭାଙ୍ଗି ଯିବା ପରଠୁ ସେ ଶିବସେନା ପାର୍ଟି ଉପରେ ଖପ୍ପା ନଜର ଆସୁଛନ୍ତି । ସେପଟେ ୱାଇ ପ୍ଲସ ସୁରକ୍ଷା ସହ ସେ ମୁମ୍ବାଇରେ ପହଞ୍ଚିସାରିଛନ୍ତି ସେ । ଆଉ ପହଞ୍ଚିବା ପରେ ସେ ଟ୍ବିଟରରେ ଏକ ଭିଡିଓ ସେୟାର କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡା ଜବାବ ଦେଇଥିଲେ । ଦିନେ ଉଦ୍ଧବଙ୍କ ଅହଂକାର ଭାଙ୍ଗିବ ବୋଲି କହିଥିଲେ କଙ୍ଗନା ।
ଆଉ ଗୁରୁବାର ମଧ୍ୟ ଏକ ଟ୍ବିଟ କରି ପୁଣି ନିଜ କ୍ରୋଧ ଜାହିର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ତୁମ ବାପାଙ୍କ ଭଲ କର୍ମ ତୁମକୁ ଧନ ତ ଦେଇପାରିବ । ହେଲେ ସମ୍ମାନ ତୁମକୁ ଆୟ କରିବାକୁ ପଡିବ। ମୋ ମୁହଁ ବନ୍ଦ କରିବ ସତ କିନ୍ତୁ ମୋ ସ୍ବର ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଶୁଣିବାକୁ ମିଳିବ । କେତେ ମୁହଁ ବନ୍ଦ କରିବ ? କେତେ ସ୍ବରକୁ ଚପାଇ ପାରିବ ? କେତେ ଦିନ ପର୍ଯ୍ୟନ୍ତ ସତଠୁ ଦୌଡିବ । ତୁମେ କିଛି ବି ନୁହେଁ କେବଳ ବଂଶବାଦର ଏକ ନମୁନା ।’
-
तुम्हारे पिताजी के अच्छे कर्म तुम्हें दौलत तो दे सकते हैं मगर सम्मान तुम्हें खुद कमाना पड़ता है, मेरा मुँह बंद करोगे मगर मेरी आवाज़ मेरे बाद सौ फिर लाखों में गूंजेगी, कितने मुँह बंद करोगे? कितनी आवाज़ें दबाओगे? कब तक सच्चाई से भागोगे तुम कुछ नहीं हों सिर्फ़ वंशवाद का एक नमूना हो।
— Kangana Ranaut (@KanganaTeam) September 10, 2020 " class="align-text-top noRightClick twitterSection" data="
">तुम्हारे पिताजी के अच्छे कर्म तुम्हें दौलत तो दे सकते हैं मगर सम्मान तुम्हें खुद कमाना पड़ता है, मेरा मुँह बंद करोगे मगर मेरी आवाज़ मेरे बाद सौ फिर लाखों में गूंजेगी, कितने मुँह बंद करोगे? कितनी आवाज़ें दबाओगे? कब तक सच्चाई से भागोगे तुम कुछ नहीं हों सिर्फ़ वंशवाद का एक नमूना हो।
— Kangana Ranaut (@KanganaTeam) September 10, 2020तुम्हारे पिताजी के अच्छे कर्म तुम्हें दौलत तो दे सकते हैं मगर सम्मान तुम्हें खुद कमाना पड़ता है, मेरा मुँह बंद करोगे मगर मेरी आवाज़ मेरे बाद सौ फिर लाखों में गूंजेगी, कितने मुँह बंद करोगे? कितनी आवाज़ें दबाओगे? कब तक सच्चाई से भागोगे तुम कुछ नहीं हों सिर्फ़ वंशवाद का एक नमूना हो।
— Kangana Ranaut (@KanganaTeam) September 10, 2020
ପ୍ରକାଶ ଥାଉକି ଶିବସେନା ନେତ ସଞ୍ଜୟ ରାଉତଙ୍କ ସହ କିଛି ଦିନ ହେବେ କଙ୍ଗନାଙ୍କ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ଦେଶର ବଡ ପ୍ରସଙ୍ଗ ସାଜିଛି । ନିକଟରେ କଙ୍ଗନା ନିଜର ଏକ ଟ୍ବିଟରେ କହିଥିଲେ, ‘ମୁମ୍ବାଇ ପାକିସ୍ତାନ ପରିଲାଗୁଛି । ଯେଉଁଠାରେ ରହିବା କଷ୍ଟସାଧ୍ୟ ।’ ଏହି କଥା ଉପରେ ସଞ୍ଜୟ କ୍ରୋଧିତ ହୋଇ ଧମକପୂର୍ଣ୍ଣ ଜବାବ ଦେଇଥିଲେ ।