ETV Bharat / sitara

ମାୟାନଗରୀରେ ହୋମ କ୍ବାରେଣ୍ଟାଇନରେ ରହିବେନି କୁଇନ

ମୁମ୍ବାଇର ସ୍ଥାନୀୟ ପ୍ରଶାସନ କଙ୍ଗନାଙ୍କୁ 14 ଦିନିଆ ହୋମ କ୍ବାରେଣ୍ଟାଇନରୁ ମୁକ୍ତ କରିଛି । କାରଣ ସେ କମ୍ ସମୟ ପାଇଁ ମୁମ୍ବାଇରେ ରହିବେ । ଏଥି ନିମନ୍ତେ ସେ କ୍ବାରେଣ୍ଟାଇନରୁ ମୁକ୍ତ ହେବା ପାଇଁ ଅନଲାଇନ ଆବେଦନ କରିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 10, 2020, 1:31 PM IST

ମୁମ୍ବାଇ: ବର୍ତ୍ତମାନ ଦେଶର ସବୁ ମିଡିଆ ହେଡଲାଇନରେ ବଲିଉଡ କୁଇନ କଙ୍କନା ରଣାୱତଙ୍କ ନାମ । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସେ ସେଲିବ୍ରିଟିଙ୍କଠୁ ନେଇ ଅନେକ ରାଜନେତାଙ୍କୁ ଟାର୍ଗେଟ କରିସାରିଲେଣି । ବୁଧବାର ତାଙ୍କୁ ନେଇ ମୁମ୍ବାଇରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗା ଯାଉଥିବା ବେଳେ, ଆଉ ଗୋଟିଏ ପଟେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ସହ ମୁମ୍ବାଇ ଅଣାଯାଇଥିଲା । ଇତିମଧ୍ୟରେ ସେ ହୋମ କ୍ବାରେଣ୍ଟାଇନରେ ରହିବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ମୁମ୍ବାଇର ସ୍ଥାନୀୟ ପ୍ରଶାସନ କଙ୍ଗନାଙ୍କୁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ 14 ଦିନିଆ ହୋମ କ୍ବାରେଣ୍ଟାଇନ ନିୟମରୁ ମୁକ୍ତ କରିଛି ବୋଲି ଜଣେ ଅଧିକାରୀ ବୟାନରେ କହିଛନ୍ତି ।

ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସେ ସ୍ବଳ୍ପ ଗସ୍ତରେ ଥିବାରୁ ହୋମ କ୍ବାରେଣ୍ଟାଇନ ମୁକ୍ତ ପାଇଁ ସେ ଏକ ଅନଲାଇନ୍ ଆବେଦନ କରିଛନ୍ତି । ସେ ଏଠାରେ ଏକ ସପ୍ତାହରୁ କମ୍ ସମୟ ରହିବେ । ତାଙ୍କୁ ସର୍ଟ ଟର୍ମ ଭିଜିଟର କ୍ୟାଟେଗୋରି ଅଧୀନରେ ହୋମ କ୍ବାରେଣ୍ଟାଇନରୁ ମୁକ୍ତି କରାଯାଇଛି ।

ଅଧିକାରୀଙ୍କ ଅନୁଯାୟୀ କଙ୍ଗନା ଆସନ୍ତା 14ରେ ମୁମ୍ବାଇ ଛାଡିବାର କାର୍ଯ୍ୟକ୍ରମ ରଖିଛନ୍ତି । ପ୍ରକାଶ ଥାଉକି ବର୍ତ୍ତମାନ କଙ୍ଗନା ଟ୍ବିଟ ପରେ ଟ୍ବିଟ କରି ଶିବସେନା ନେତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାପୂର୍ବରୁ ସେ ମୁମ୍ବାଇ ବିରୋଧରେ ବୟାନ ଦେଇ ସମସ୍ତଙ୍କ ଟାର୍ଗେଟରେ ଆସିଥିଲେ । ଯାହାପରେ ତାଙ୍କୁ ଧମକପୂର୍ଣ୍ଣ ଟ୍ବିଟ କରି ମୁମ୍ବାଇ ନଆସିବାକୁ କହିଥିଲେ ଶିବସେନା ନେତା ସଞ୍ଜୟ ରାଉତ । ଏହି ବିବାଦ ପରେ କଙ୍ଗନାଙ୍କୁ ୱାଇ ପ୍ଲସ ସୁରକ୍ଷା ଦେବା ପାଇଁ ସୋମବାର ଗୃହମନ୍ତ୍ରାଳୟ ତରଫରୁ ଘୋଷଣା କରାଯାଇଥିଲା । ଆଉ କଡା ସୁରକ୍ଷା ସହ ତାଙ୍କୁ ବୁଧବାର ମୁମ୍ବାଇ ଅଣାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.