ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବି-ଟାଉନର କୁଇନ କଙ୍ଗନା ରଣାୱତ କ୍ରମାଗତ ଭାବେ ପ୍ରତିକ୍ରିୟା ଦେଇଆସୁଛନ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ ବଲିଉଡ ଓ କିଛି ସେଲିବ୍ରିଟିଙ୍କ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଆଣିବାରେ ଲାଗିଛନ୍ତି । ସେପଟେ ସିବିଆଇ ଯାଞ୍ଚରେ ସୁଶାନ୍ତଙ୍କ ମର୍ଡର ହେବାର କୌଣସି ତଥ୍ୟ ମିଳିନାହିଁ । ଯାହାକୁ ଆଧାର କରି ତାଙ୍କ ଆତ୍ମହତ୍ୟାର କାରଣ ପତାଲଗାଉଛି ସିବିଆଇ । ଇତିମଧ୍ୟରେ କଙ୍ଗନା ପୁଣିଥରେ ଫେମସ ନିର୍ମାତା କରନ ଜୋହର, ମହେଶ ଭଟ୍ଟ, ଆଦିତ୍ୟ ଚୋପ୍ରା ଓ କିଛି ବରିଷ୍ଠ ସାମ୍ବାଦିକଙ୍କ ଉପରେ ଅଭିଯୋଗ ଲାଗାଇ ମନ କଥା ବଖାଣିଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି, ‘କରନ, ଆଦିତ୍ୟ, ମହେଶ ଓ ରାଜୀବ ମସାନ୍ଦ ଓ ଏମାନଙ୍କ ସହ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ମାଫିଆଗିରି ସୁଶାନ୍ତଙ୍କ ହତ୍ୟା କରିଛି । ପରିବାର ଏକମାତ୍ର ପୁଅ ବଲିଉଡରେ ଗାଳିଗୁଲଜ, ଶୋଷଣ ଓ ନିର୍ଯ୍ୟାତନାରେ ପୀଡିତ ହୋଇଥିଲେ । ଏଠାରେ କରନ କେବଳ ଷ୍ଟାର କିଡ୍ସଙ୍କ ପିଲାମାନଙ୍କୁ ପ୍ରମୋଟ କରୁଥିଲେ। ଲଜ୍ଜା ।’
ପ୍ରକାଶ ଥାଉକି କଙ୍ଗନା ଏହି ଟ୍ବିଟ କରନଙ୍କ ବହି ଲେଖିବାକୁ ନେଇ ମଙ୍ଗଳବାର ଦେଇଥିଲେ । କାରଣ କରନ କହିଥିଲେ ସେ ଏହି ଫିଲ୍ମ ଲେଖିବାକୁ ନିଜ ପିଲାଙ୍କଠୁ ପ୍ରେରଣା ପାଇଛନ୍ତି । ଏହାପୂର୍ବରୁ କଙ୍ଗନା କରନଙ୍କ ଉପରେ ଆଉ ଏକ ଟ୍ବିଟ କରି ଚର୍ଚ୍ଚାରେ ଆସିଥିଲେ । ଯେଉଁଥିରେ ସେ ଦାବି କରିଥିଲେ ବଲିଉଡର ବଡ ମୁଭି ମାଫିଆ କରନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ